ନୀତିକାନ୍ତି ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଲାଗିଲା ପୋଷ୍ଟର

Published By : Prameya-News7 Bureau | August 14, 2018 IST

ପୁରୀ ୧୪/୮ : ଶ୍ରୀମନ୍ଦିର ଚାରିଦ୍ୱାରରେ ସେବାୟତମାନେ ପୋଷ୍ଟର ଲଗାଇଛନ୍ତି । ଏଥିରେ ଶ୍ରୀମନ୍ଦିରର ନୀତିକାନ୍ତି ବନ୍ଦ କରିବା ପାଇଁ ସେବାୟତଙ୍କୁ ଆହ୍ୱାନ ଦିଆଯାଇଛି । ସେବାୟତ ଦାମୋଦର ମହାସୁଆର ଏହି ପୋଷ୍ଟର ଲଗାଇଥିବା ଜଣାପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପରିଚାଳନା ପାଇଁ ସଂସ୍କାର ଲାଗି ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ତିନିଜଣିଆ ବିଶେଷଜ୍ଞ କମିଟି ଜନଶୁଣାଣି କରିବା ବେଳେ ମଧ୍ୟ ସେବାୟତମାନେ ବିରୋଧ କରିଥିଲେ । ଏହା ପୂର୍ବରୁ ମୁଖ୍ୟ ପ୍ରଶାସକ ନିଯୋଗମାନଙ୍କ ସହିତ ବୈଠକ କରିଥିଲେ । ବୈଠକରେ ମହାପ୍ରସାଦ ପ୍ରସ୍ତୁତ, ଆନନ୍ଦବଜାରରେ ରେଟ୍ ଚାର୍ଟ ଲଗାଇବା ପ୍ରସଙ୍ଗ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ଏହାକୁ ନେଇ ମଧ୍ୟ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଜି ଖୋଲାଖୋଲି ଏଭଳି ପୋଷ୍ଟର ଲଗାଯିବା ଦ୍ୱାରା ସେବାୟତ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.