ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ସବ୍ ଡିଭିଜନ ଜୋନାଲ ଇନ୍ସପେକ୍ଟର

Published By : Prameya-News7 Bureau | January 15, 2020 IST

ରାଇରଙ୍ଗପୁର ୧୫।୧: ସିବିଆଇ ଜାଲରେ ଫସିଲେ ରାଇରଙ୍ଗପୁର ପୋଷ୍ଟାଲ ସବ୍ ଡିଭିଜନ ଜୋନାଲ ଇନ୍ସପେକ୍ଟର ସଂଜିତ ବେହେରା ।

{"id":211420,"sizeSlug":"large"}

ଜିପି ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି । ରରୁଆଁ ବ୍ଲକ୍ ଝାଡ଼ଗୁସ୍ତା ଜିପି ପୋଷ୍ଟାଲ ବ୍ରାଞ୍ଚ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ ଲାଞ୍ଚ ନେଉଥିଲେ ।

{"id":211421,"sizeSlug":"large"}

ଇନ୍ସପେକ୍ଟର ସଂଜିତ ବେହେରାଙ୍କ ଘର, ବିଜାତଳା ବ୍ଲକ୍ ଜାମୁଡାଳି ଗାଁରେ ଥିବା  ବାସ ଭବନ ଏବଂ ଶ୍ବଶୁର ଘର ଇଚିଣ୍ଡା ବାସଭବନରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.