Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବିଶ୍ବକପ୍ ହକି ପାଇଁ ଉନ୍ମୋଚନ ହେଲା ୫ଟଙ୍କିଆ ୫ଟି ଡାକ ଟିକଟ ; କଳିଙ୍ଗ ଷ୍ଟାଡିୟମରେ ହେବ ଉପଲବ୍ଧ

28/11/2018 at 1:04 PM

ଭୁବନେଶ୍ବର ୨୮|୧୧:  ହକି ବିଶ୍ବକପ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଡାକ ଟିକଟ ଉନ୍ମୋଚନ କରିଛନ୍ତି । ପ୍ରତି ଡାକ ଟିକଟର ମୂଲ୍ୟ ୫ଟଙ୍କା ରହିଛି । ସଚିବାଳୟରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ, କ୍ରୀଡା ସଚିବ ବିଶାଲ ଦେବ ଏବଂ ମହାଡାକପାଳ (ସିପିଏମଜି) ଜଳେଶ୍ବର କହଁର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଡାକ ଟିକଟ ଉନ୍ମୋଚନ କରିବା ପରେ ସିପିଏମଜି କହଁର କହିଛନ୍ତି ଯେ, ଏହି ଡାକ ଟିକଟ ହକି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହି ଡାକ ଟିକଟ ସାଧାରଣ ଲୋକ ଓ କ୍ରିଡାପ୍ରେମୀଙ୍କ ପାଇଁ ଉପଲବ୍ଧ ହେବ । ଗୋଟିଏ ଡାକ ଟିକଟରେ ହକି ବଲ୍ ଓ ବ୍ୟାଟର ଚିତ୍ର ରହିଥିବା ବେଳେ ଆଉ ଗୋଟିଏ ଟିକଟରେ ବିଶ୍ବକପ୍ ହକିର ମାସ୍କଟ ଓଲିର ଚିତ୍ର ରହିଛି । ସେହିଭଳି ଗୋଟିଏ ଟିକଟରେ ବିଶ୍ବକପ ହକି ୨୦୧୮ର କପ୍ ର ଛବି ରହିଛି । ଅନ୍ୟ ଦୁଇଟି ଟିକଟରେ ହକି ଖେଳର ଚିତ୍ର ସ୍ଥାନ ପାଇଛି ।

   Related Posts