ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଆରମ୍ଭ ହେଲା ଡ଼ାକସେବା: ପ୍ରଥମେ ପାକିସ୍ତାନ ପଠାଇଲା ଚିଠି

Published By : Prameya-News7 Bureau | November 19, 2019 IST

ନୂଆଦିଲ୍ଲୀ୧୯/୧୧: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡ଼ାକ ସେବା ବନ୍ଦ ହୋଇଥିଲା।  କିଛି ମାସ ବ୍ୟବଧାନ ମଧ୍ୟରେ ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଡ଼ାକସେବା ଆରମ୍ଭ ହୋଇଛି। କିନ୍ତୁ ପାର୍ସଲ ସେବା ଉପରେ ପ୍ରତିବନ୍ଧକ  ଜାରି ହୋଇଛି। ସୂଚନା ଅନୁସାରେ ଅଗଷ୍ଟ ୨୭ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଡ଼ାକସେବାକୁ ପାକ୍‌ ସରକାର ବନ୍ଦ କରିଥିଲା।

wp:core-embed/twitter {"url":"https://twitter.com/ANI/status/1196678986115403777","type":"rich","providerNameSlug":"twitter","className":""}
https://twitter.com/ANI/status/1196678986115403777
/wp:core-embed/twitter

ପାକିସ୍ତାନ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଭାରତ ସରକାର ମଧ୍ୟ ପାକିସ୍ତାନରୁ କୌଣସି ଚିଠି ଆସି ପାରିବ ନାହିଁ ବୋଲି ପ୍ରତିବନ୍ଧକ ଜାରି କରିଥିଲା।  ପାକିସ୍ତାନ ପକ୍ଷରୁ ପ୍ରଥମେ ଡାକସେବା ଉପରେ ପ୍ରତିବନ୍ଧକ ଜାରି ହୋଇଥିଲା। ପୁଣି ପାକିସ୍ତାନ ପ୍ରଥମେ ସାଉଦୀ ଏୟାରଲାଇନ୍ସ ଜରିଆରେ ଭାରତକୁ ଚିଠି ପ୍ରେରଣ କରିଛି।   

wp:core-embed/twitter {"url":"https://twitter.com/ANI/status/1196742323855450118","type":"rich","providerNameSlug":"twitter","className":""}
https://twitter.com/ANI/status/1196742323855450118
/wp:core-embed/twitter

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା କାର୍‌ଗିଲ୍‌ ଯୁଦ୍ଧରେ ବି ଡ଼ାକସେବା ଉପରେ ପ୍ରତିବନ୍ଧକ ଲାଗି ନ ଥିଲା। କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ପାକ୍‌ ସରକାର ପ୍ରଥମ ଥର ପାଇଁ ଏଭଳି ନିଷ୍ପତ୍ତି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.