Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନାରେ ଚାଲିଗଲେ ଡାକ ଅଧିକାରୀ, ସାରା ଅଞ୍ଚଳରେ ଶୋକ

9/05/2021 at 10:19 PM

ନୀଳଗିରି, ୦୯/୦୫: ନୀଳଗିରି ଉପଖଣ୍ଡ ଡାକ ବିଭାଗର ଅଧିକାରୀଙ୍କ କରୋନାରେ ଦେହାନ୍ତ ହୋଇଛି । ସୂଚନାଯୋଗ୍ୟ, ନୀଳଗିରି ବ୍ଲକ ଅଧିନ ଗରଡ଼ିହି ପଞ୍ଚାୟତ କଳାକାଦ ଗ୍ରାମର ମନୋଜ ମହାନ୍ତି(୩୯) କିଛିଦିନ ଧରି ଅସୁସ୍ଥ ଅନୁଭବ କରିବାରୁ ଟେଷ୍ଟ ପରେ କରୋନା ପଜିଟିଭ ଆସିଥିଲା ।

ଏହାପରେ ସେ ସଂଘରୋଧ କେନ୍ଦ୍ରରେ ରହିଥିଲେ । ଶନିବାର ଦିନ ସେ ଅସୁସ୍ଥ ଅନୁଭବ କରିବା ପରେ ରେମୁଣା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଅମ୍ଳଜାନ ଦିଆଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ମନୋଜ କଳାକାଦ, ବାଲେଶ୍ଵର ଓ ନୀଳଗିରି ଡାକଘରେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ହୋଇ ଯାଇଛି। କିଛିଦିନ ହେବ ସେ ସଂକ୍ରମିତ ହୋଇ ଗୃହ ସଂଘରୋଧ ରେ ରହୁଥିଲେ। ଶନିବାର ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରେମୁଣା କୋଭିଡ଼ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ରବିବାର ତାଙ୍କ ନିଶ୍ୱାସ ନେବାରେ ବହୁ କଷ୍ଟ ହୋଇଥିଲା। ଅମ୍ଳଜାନ ସଂକଟ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

   Related Posts