Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ବ୍ୟାଙ୍କ ଫିକ୍ସଡ ଡିପୋଜିଟଠାରୁ ମଧ୍ୟ ଲାଭଦାୟକ ଡାକଘର ଜମା ଯୋଜନା, ଖୁବ୍ ଶିଘ୍ର ଡବଲ ହେଉଛି ଜମାରାଶି

23/06/2019 at 2:57 PM

ନୂଆଦିଲ୍ଲୀ:  ସାଧାରଣତଃ ନିବେଶ ଲାଗି ଲୋକେ ବ୍ୟାଙ୍କରେ ସ୍ଥାୟୀ ଜମାକୁ ଅଧିକ ସୁରକ୍ଷିତ ମନେ କରିଥାନ୍ତି। ତେବେ ଡାକଘରେ ମିଳିଥୁବା ନିବେଶ ସୁବିଧା ବ୍ୟାଙ୍କଠାରୁ ମଧ୍ୟ ଢେର ଲାଭଦାୟକ ତାହା କ୍ୱଚିତ୍ ଜାଣନ୍ତି। ଡାକଘରେ ମିଳୁଥିବା ଜାତୀୟ ସଞ୍ଚୟ ସାର୍ଟିଫିକେଟ ଏନଏସସିକୁ ଏହାର ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ବ୍ୟାଙ୍କରେ ଆପଣଙ୍କ ସ୍ଥାୟୀ ଜମା ଦୁଇଗୁଣ ହେବାକୁ ଯେତିକି ସମୟ ଲାଗିଥାଏ ଡାକଘର ଏନଏସସି ତାଠରୁ କମ୍ ସମୟରେ ଦୁଇଗୁଣ ହୋଇଯାଏ।

ଏହି ସଞ୍ଚୟ ସାର୍ଟିଫିକେଟ ବ୍ୟାଙ୍କ ଏଫଡି ଭଳି ରିଟର୍ଣ୍ଣ ଗ୍ୟାରେଣ୍ଟିଯୁକ୍ତ ଓ ବ୍ୟାଙ୍କଠାରୁ ଅଧିକ ସୁଧ ମିଳିଥାଏ। ବ୍ୟାଙ୍କରେ ୫ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ଏବେ ବାର୍ଷିକ ୬.୫ରୁ ୭ ପ୍ରତିଶତ ହାରରେ ସୁଧ ମିଳୁଛି। ତେବେ ଏନଏସସିରେ ୭.୫ ପ୍ରତିଶତରୁ ୮ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ସୁଧ ପ୍ରଦାନ କରାଯାଉଛି। ଏଥିରୁ ବ୍ୟାଙ୍କ ଅପେକ୍ଷା ଡାକଘର ଏନଏସସି ନିଶ୍ଚିତ ରୂପେ ଲାଭଦାୟ ବୋଲି ବିଚାର କରାଯାଇପାରେ।

ଅନ୍ୟପକ୍ଷରେ ଡାକଘର ଏନଏସସିରେ ନିବେଶର କୌଣସି ସୀମା ନାହିଁ। ୧ଶହ ଟଙ୍କାରୁ ଆରମ୍ଭ କରି ଆପଣ ଯେତେ ଅଧିକ ଟଙ୍କା ଜମା କରିପାରିବେ। ଏଥିରୁ ମିଳୁଥିବା ଲାଭ  ଉପରେଆପଣଙ୍କୁ ଆୟକର ଦେବାକୁ ପଡେ ନାହିଁ। ଏନଏସସିରୁ ସହଜରେ ଋଣ ମଧ୍ୟ ନିଆଯାଇପାରେ। ଏହି ସଞ୍ଚୟ ଜଏଣ୍ଟ ଆକାଉଣ୍ଟରେ ମଧ୍ୟ କରାଯାଇପାରିବ। ପିତାମାତା ଚାହିଁଲେ  ସେମାନଙ୍କର ୧୮ ବର୍ଷରୁ କମ୍ ବୟସର ନାବାଳକ ପିଲାଙ୍କ ପାଇଁ ମଧ୍ୟ ଏହି ସାର୍ଟିଫିକେଟ କ୍ରୟ କରିପାରିବେ।

   Related Posts