ଚର୍ଚ୍ଚାରେ ଜୟରା ୱାସୀମଙ୍କ Tweet: କେମିତି ରାତିରେ ଶାନ୍ତିରେ ଶୋଉଛନ୍ତି ଆପଣ ?

Published By : Prameya-News7 Bureau | February 29, 2020 IST

ବଲିଉଡ୍ ଅଭିନେତ୍ରୀ ଜୟରା ୱାସୀମଙ୍କ ଏକ ଟ୍ୱିଟ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଶୁକ୍ରବାର ଜୟରା ତାତଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରିଥିଲେ। ଏଥିରେ ଦେଶରେ ଉପୁଜିଥିବା ପରିସ୍ଥିତିରେ କିପରି ଆପଣଙ୍କୁ ସୁଖନିଦ୍ରା ଆସୁଛି ବୋଲିପ୍ରଶ୍ନ କରିଥିଲେ।   ଜୟରା ଆଜିକାଲି ବଲିଉଡରେ ଆଉ କାମ କରୁନାହାନ୍ତି। ସେ ଏବେ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ ତାଙ୍କର ମତ ରଖୁଛନ୍ତି। ଏଣୁ ତାଙ୍କ ନୂଆ ଟ୍ୱିଟ୍‌ ଏବେ ଚର୍ଚ୍ଚାର ଖୋରାକ ପାଲଟିଛି।

wp:html /wp:html

ଜୟରାଙ୍କ  କାର୍ଯ୍ୟକଳାପ କେବଳ ଟ୍ୱିଟରରେ ସୀମିତ ନାହିଁ। ଇଂଷ୍ଟାରେ ବି ସେ ବେଶ୍ ସକ୍ରିୟ ଅଛନ୍ତି। ଜୁନ ୨୦୧୫ରେ ଜୟରାଙ୍କ ବଲିଉଡ ପ୍ରବେଶ ହୋଇଥିଲା। ନିତେଶ ତିୱାରୀ ନିର୍ମାଣ କରିବାକୁ ଯାଉଥିବା ମହାବୀର ସିଂ ଫୋଗଟ୍‌ଙ୍କ ବାୟୋପିକ୍ 'ଦଙ୍ଗଲ' ଲାଗି ତାଙ୍କୁ ଚୁକ୍ତି କରିଥିଲେ। ଅମୀର ଖାନଙ୍କ ସହ ଜୟରା ବେଶ୍ ସଫଳ ହୋଇଥିଲେ। ଫଳରେ ବଲିଉଡରୁ ପଛକୁ ପଛ ଅଫର ମଧ୍ୟ ମିଳିବାକୁ ଲାଗିଥିଲା। ଏଥିରେ ପରେ ତାଙ୍କର ଫିଲ୍ମ  'ସିକ୍ରେଟ୍ ସୁପରଷ୍ଟାର' ଏତେ ଚାଲିନଥିଲେ ବି ଏବେ 'ଦି ସ୍କାଇ ଇଜ୍ ପିଙ୍କ'  ମଧ୍ୟ ସେପରି କାରବାର କରିପାରି ନାହିଁ। ଏଣୁ ଫିଲ୍ମ ଦୁନିଆରୁ ଦୂରେଇଯାଇଛନ୍ତି ଜୟରା।

{"id":230885,"sizeSlug":"large"}

ଖାଲି ସମୟକୁ ସେ କାଶ୍ମୀର ଲାଗି ଉତ୍ସର୍ଗ କରିଦେଇଛନ୍ତି। ଏଥିରେ ସେ ବିଭିନ୍ନ ସମୟରେ କାଶ୍ମୀର ସମସ୍ୟାକୁ ନେଇ ଦୀର୍ଘ ଲେଖୁଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି। ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଜନ୍ମିତା ଜୟରା ଏବେ ବିଭିନ୍ନ ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରୁଛନ୍ତି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ସଭାରେ ଆମ୍ବ ତାଙ୍କ ପସନ୍ଦର ଫଳ ବୋଲି କହିଥିଲେ। ଯାହାକୁ ଜୟରା ତାଙ୍କ ଟ୍ୱିଟ୍‌ରେ ସ୍ଥାନ ଦେଇଛନ୍ତି। ଏଥିରେ ସେ କିପରି ଆମ୍ବର ସ୍ୱାଦ ନେଇପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.