ଆସିଲା ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଶାଶୂ ଶ୍ବଶୁରଙ୍କୁ ହାଜର ପାଇଁ ପୋଲିସ ଜାରି କଲା ନୋଟିସ୍, ଆଗୁଆ ଜାମିନ୍ ଆବେଦନ କରି ଫେରାର ହେଲେ ଲିପନ୍‌ଙ୍କ ବାପା ମା

Published By : Prameya-News7 Bureau | January 09, 2019 IST

କଟକ ୯|୧: ଉଚ୍ଚ ସ୍ଥାନରୁ ପଡି ଅଭିନେତ୍ରୀ ନିକିତାଙ୍କର ମୃତ୍ୟୁ ହୋଇଛି । ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । କିନ୍ତୁ ନିକିତାଙ୍କୁ ସ୍ବାମୀ ଲିପନ୍ ଠେଲି ଦେଇଥିଲେ ନା ଠେଲାପେଲାରୁ ସେ ପଡି ଯାଇଥିଲେ । ଏହା ଏବେ ରହସ୍ୟ ଘେରରେ । ଏହି ରହସ୍ୟରୁ ପରଦା ହଟାଇବ ପୋଲିସ । ସେଥିପାଇଁ ଲିପନର ବାପା ମାଙ୍କୁ ଥାନାରେ ହାଜର ହେବାକୁ ପୋଲିସ ନୋଟିସ୍ ଜାରି କରିଛି । ସେପଟେ କିନ୍ତୁ ଲିପନଙ୍କ ବାପା ମା ଫେରାର ହୋଇଯାଇଛନ୍ତି ।

{"id":72004}

ଆସିଲା ଟେଲି ଅଭିନେତ୍ରୀ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଉଚ୍ଚ ସ୍ଥାନରୁ ପଡି ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏହି ରିପୋର୍ଟ ପୋଲିସ ତଦନ୍ତରେ ସହାୟକ ହୋଇପାରିବନି । କାରଣ ନିକିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଠେଲି ହତ୍ୟା କରାଯାଇଛି ତାହା ରିପୋର୍ଟରେ ଉଲ୍ଲେଖ ନାହିଁ । ସେଥିପାଇଁ ଏବେ ବି ନିକିତାଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଛି । ଠେଲାପେଲାରୁ ତଳେ ପଡି ନିକିତାଙ୍କର ମୃତ୍ୟୁ ହୋଇଥିବା ସ୍ବାମୀ ଲିପନ ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କିନ୍ତୁ ଗିରଫଦାରୀ ଭୟରେ ଫେରାର ହୋଇଯାଇଛନ୍ତି ଲିପନଙ୍କ ବାପା, ମା । ଥାନାରେ ହାଜର ହେବାକୁ ସେମାନଙ୍କୁ ପୋଲିସ ନୋଟିସ୍ ଜାରି କରିଛି ।

{"id":72005}

ଗିରଫଦାରୀ ଏଡାଇବାକୁ ବୁଧବାର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ଲିପନଙ୍କ ବାପା ମା । ସେପଟେ ଘଟଣା ଦିନ ନିକିତା ଘରୁ ରାଗି ଛାତ ଉପରକୁ ପଳାଇଥିଲେ । ତାଙ୍କ ପଛରେ ଲିପନ୍ ଓ ନିକିତାଙ୍କ ପୁରା ପରିବାର ଯାଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ନିକିତା ଛାତରୁ ଡେଇଁ ପଡିଥିବା ଲିପନଙ୍କ ଓକିଲ କହିଛନ୍ତି ।ତେଣୁ ନିକିତାଙ୍କ ମୃତ୍ୟୁ ପଛରେ ଲିପନ୍‌ କି ତାଙ୍କ ବାପା-ମାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି ଲିପନ୍‌ଙ୍କ  ଓକିଲ ବିଦ୍ୟାଧର ପ୍ରଧାନ ।

{"id":72006}

ଠେଲା ପେଲାରୁ ନିକିତା ଛାତରୁ ପଡିଯାଇଥିବା ପୋଲିସ ଆଗରେ ସ୍ବାମୀ ଲିପନ୍ ସ୍ବୀକାର କରିଥିବା ବେଳେ ତାଙ୍କ ଓକିଲ କହୁଛନ୍ତି ନିକିତା ଛାତରୁ ଡେଇଁ ପଡିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି କାହା କଥା ସତ। ଲିପନଙ୍କ ଓକିଲ ସତ କହୁଛନ୍ତି ନା ଲିପନ ସତ କହୁଛନ୍ତି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.