Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମହିଳା ଆଇନଜୀବୀ ଦିପାଳୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କ’ଣ ରହିଛି ଏଥିରେ

25/10/2019 at 10:46 AM

ଭୁବନେଶ୍ବର ୨୫।୧୦: ବହୁ ଚର୍ଚ୍ଚିତ ଭୁବନେଶ୍ବରର ମହିଳା ଆଇନଜୀବୀ ଦିପାଳୀ ପ୍ରିୟଦର୍ଶିନୀ ରହସ୍ୟଜନକ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ବେକ ଚିପି ହୋଇ ଶ୍ବାସରୁଦ୍ଧ ହେବାରୁ ଦିପାଳୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ପରେ ଜଣାପଡିଥିବା କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ଅର୍ଥାତ୍ ଦିପାଳୀ ଆତ୍ମହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏମିତି ବି ଫ୍ୟାନ୍ ରେ ଓଢଣୀ ବାନ୍ଧି ଦିପାଳୀ ଝୁଲିପଡିଥିବା ଅବସ୍ଥାରେ ଶବ ଉଦ୍ଧାର କରାଯାଇଥିଲା । ଏଥି ସହିତ ଭିତରପଟୁ କବାଟ ବନ୍ଦ ଥିବା କବାଟ ଭାଙ୍ଗି ଶବ ଉଦ୍ଧାର କରାଯାଇଥିଲା ।

ତେଣୁ କୌଣସି କାରଣ ପାଇଁ ଦିପାଳୀ ଆତ୍ମହତ୍ୟା ହିଁ କରିଥିବା ସ୍ପଷ୍ଟ ହୋଇଛି । ତେବେ ଦିପାଳୀ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରିନାହିଁ । ୧୯ ତାରିଖ (ଶନିବାର) ସନ୍ଧ୍ୟାରେ ଦିପାଳୀଙ୍କ ସହ ଥିବା ତାଙ୍କ ପିରୁଷ ବନ୍ଧୁ ବିକ୍ରମ ମିଶ୍ର ହିଁ ଏହି ରହସ୍ୟ ଉପରୁ ପରଦା ଉଠାଇପାରିବେ । କିନ୍ତୁ କମିଶନରେଟ୍ ପୋଲିସର ୪ଟି ଟିମ୍ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରମଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ ।

ଅପରପକ୍ଷରେ ଦିପାଳୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଆସୁଥିବା ଦିପାଳୀଙ୍କ ଦୁଇ ଭଉଣୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବାରର ମହିଳା ଆଇନଜୀବୀ ଦିପାଳୀ ପ୍ରିୟଦର୍ଶିନୀ ଓ ବାଲେଶ୍ବରର ବ୍ୟବସାୟୀ ବିକ୍ରମ ମିଶ୍ରଙ୍କ ମଧ୍ୟ ଦୀର୍ଘ ଦିନରୁ ପ୍ରେମ ସଂପର୍କ ରହିଆସିଥିଲା । ବିକ୍ରମଙ୍କ ଗାଁରେ ଦିପାଳୀଙ୍କ ମାମୁଘର ହୋଇଥିବାରୁ ଦିପାଳୀ ସେଠାରୁ ଯିବାଆସିବା କରୁଥିବା ବେଳେ ବିକ୍ରମଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା ।  

ପ୍ରେମିକା ଦିପାଳୀଙ୍କ ପାଖକୁ ପ୍ରତି ଶମିବାର ସନ୍ଧ୍ୟାରେ ବିକ୍ରମ ବାଲେଶ୍ବରରୁ ଆସୁଥିଲେ । ଉଭୟ ବିବାହ କରିବାକୁ ଚାହୁଁଥିଲେ । ତେବେ ଉଭୟ ଭିନ୍ନ ଜାତର ହୋଇଥିବାରୁ ବିକ୍ରମଙ୍କ ପରିବାର ଏହି ବିବାହ ପ୍ରସ୍ତାବକୁ ବିରୋଧ କରିଆସୁଥିଲେ । ତଥାପି ଉଭୟେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ । ଅତି ଶୀଘ୍ର ସେମାନଙ୍କ ବିବାହ ହୋଇଥାଆନ୍ତା । ବିବାହ ପାଇଁ ଆବଶ୍ୟକୀୟ ଜିନିଷର ତାଲିକା ମଧ୍ୟ ଦିପାଳୀ ପ୍ରସ୍ତୁତ କରିସାରିଥିଲେ । ଏଭଳି ସ୍ଥିତିରେ ଦିପାଳୀ ହଠାତ୍ କାହିଁକି ଆତ୍ମହତ୍ୟା କଲେ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

ଗତ ୧୯ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଦିପାଳୀ ଭିତରପଟୁ କବାଟ ବନ୍ଦ କରି କେବଳ ଏକ ଅନ୍ତବସ୍ତ୍ର ପିନ୍ଧି ଫ୍ୟାନ୍ ରେ ଓଢଣୀ ବାନ୍ଧି ଝୁଲିପଡିଥିଲେ । ରାତି ପାଖାପାଖି ୧୨ଟା ବେଳକୁ ବାହାରକୁ ଯାଇ ପୁରୁଷ ବନ୍ଧୁ ବିକ୍ରମ ଫେରିଥିଲେ । ସେ ବାରମ୍ବାର କବାଟ ବାଡାଇବା ସତ୍ତ୍ବେ ଦିପାଳୀ କବାଟ ନଖୋଲିବାକୁ ଅଘଟଣ ଆଶଙ୍କା କରି ବିକ୍ରମ ଫୋନ୍ ଯୋଗେ ଦିପାଳୀଙ୍କ ସାନ ଭଉଣୀ ଶେଫାଳୀଙ୍କୁ ଜଣାଇଥିଲେ ।

ତେବେ ଏହା ପରଠାରୁ ବିକ୍ରମଙ୍କ ମୋବାଇଲ ବନ୍ଦ ରହିବା ସହ ସେ ଫେରାର ଥିବାରୁ ଦିପାଳୀ ଆତ୍ମହତ୍ୟା ପଛରେ ବିକ୍ରମଙ୍କ ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ବିକ୍ରମଙ୍କୁ ପୋଲିସ ଖୋଜୁଛି । ଏହି ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବା ପାଇଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଦୁଇ ଦିନ ତଳେ ଦିପାଳୀ ଆତ୍ମହତ୍ୟା କରିଥିବା ଘରେ ବ୍ୟାପକ ଛାନଭିନ୍ କରିଥିଲେ ।

ଏହି ସମୟରେ ସାଇଣ୍ଟିଫିକ୍ ଟିମ୍ କୁ ବିବାହ ଲାଗି ଦିପାଳୀ କରିଥିବା ସାମଗ୍ରୀ ତାଲିକା, ଭଙ୍ଗା ଚୁଡି ସମେତ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ମିଳିଥିଲା । ଗତକାଲି ଦିପାଳୀଙ୍କ ସବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ପୋଲିସ ତଦନ୍ତର ଦିଗ କଣ ହେବ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

   Related Posts