Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ବିଲେଇର ହେଲା ପୋଷ୍ଟମର୍ଟମ- ସନ୍ଦେହରେ ଧରିଥିବା ଯୁବକକୁ ଛାଡି ଦେଲା ପୁଲିସ

19/12/2019 at 6:48 PM

ଭୁବନେଶ୍ୱର ୧୯।୧୨ –  ଗୁରୁବାର ବିଲେଇର ପୋଷ୍ଟମର୍ଟମ କରାଯାଇଛି।  ତାର ମୁଣ୍ଡ ଓ ମେରୁଦଣ୍ଡରୁ ଦୁଇଟି ଗୁଳି ବାଜିଥିଲା ।  ଅନ୍ୟପଟେ ବିଲେଇକୁ ହତ୍ୟା କରିଥିବା ଅଭିଯୋଗରେ ଅଟକ ଥିବା ଯୁବକକୁ ଥାନାରୁ ଛାଡିଦିଆ ଯାଇଛି ।  ବୁଧବାର ୟୁନିଟ ଫୋର ପୋଷ୍ଟାଲ କଲୋନି ପାଚେରି ପାଖରେ ଏହି ବିଲେଇକୁ କେହି  ଗୁଳିକରି ହତ୍ୟା କରିବାକୁ ନେଇ ବିଭିନ୍ନ ମହଲରୁ ଦେଖାଦେଇଛି ପ୍ରତିକ୍ରିୟା ।

କିଏ ଓ କାହିଁକି ଏକ ନୀରିହ ଜୀବକୁ ଗୁଳି କରି ହତ୍ୟା କଲା।   ଏବେବି ରହସ୍ୟ ଘେରରେ।  ଭୁବନେଶ୍ବର  ୟୁନିଟ ଫୋର ପୋଷ୍ଟାଲ କଲୋନି ରେ  ଏକ ପୋଷା ବିଲେଇ ପୁଷିକୁ ଗତକାଲି ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ପରେ ଏହାର ମୃତ୍ୟୁ ଘଟିଥିଲା।  ସନ୍ଦେହରେ  ଜଣେ ଯୁବକକୁ ଥାନାକୁ ଡାକି ପୋଲିସ ପଚରା ଉଚୁରା କରିଥିଲା।   ହେଲେ ପରେ  ଏହି ଯୁବକକୁ ପୋଲିସ ଛାଡିଦେଇଥିବା ଜଣା ପଡିଛି । ତେଣୁ  ପୁଷିର ପ୍ରକ଼ତ ହତ୍ୟାକାରି କିଏ ।  ପୋଲିସ ଧରିଥିବା ଯୁବକକୁ କାହିଁକି ଛାଡିଦେଲା ।  ପୁଷିକୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିବା ନେଇ ବୁଧବାର ଖାରବେଳନଗର ଥାନାରେ ଏତଲା ଦେଇଥିଲେ ଏହାର ମାଲିକ।   ଗିରଫ ହୋଇଥିବା ଯୁବକଙ୍କ ବାପାଙ୍କ କୁହାଯାଉଥିବା ଏକ ଫୋନ କଲ ଭାଇରାଲ ହେଉଛି।  ଯେଉଁଥିରେ ସେ କହୁଛନ୍ତି  ଆମେ ଘର ବାହାରେ ଛଞ୍ଚାଣ ମାରୁ ।  ସେପଟେ ପୁଷିର ପୋଷ୍ଟମର୍ଟମ ହୋଇଛି।  ତା ମୁଣ୍ଡ ଓ ମେରୁଦଣ୍ଡରେ ଦୁଇଟି ଶିଶା ଗୁଳି ବାଜିଥିଲା

ପୋଷ୍ଟମର୍ଟମ ପରେ ବିଲେଇକୁ  ପୋତିଦିଆଯାଇଛି  ।   ବିଲେଇର  ହତ୍ୟାକାରୀକୁ ବାହାର କରି ଉଚିତ ଶାସ୍ତି ଦେବାକୁ ଅନୁରୋଧ କରିଛନ୍ତି ଏହାର ମାଲିକ ।

ପୁର୍ବରୁ କୁକୁର ଛୁଆ ଉପରେ   ଗାଡି ମଡାଇ ମାରିବା ଅଭିଯୋଗରେ ଜଣେ କ୍ୟାବ ଡ୍ରାଇଭରକୁ ଗିରଫ କରାଯାଇଥିଲା।  ଆଉ ସେହିଭଳି ଏକ ଜଘନ୍ୟ ଘଟଣା ଘଟାଇଥିବା ଯୁବକକୁ ପୋଲିସ କାହିଁକି ଧରୁନି ବୋଲି ପ୍ରଶ୍ନ ଉଠୁଛି ।

   Related Posts