ଭଞ୍ଜନଗରରୁ ଉଦ୍ଧାର ବାଘର ମୃତ୍ୟୁ ଘଟଣା : ବୁଗୁଡାରେ ହେବ ମୃତଦେହର ବ୍ୟବଚ୍ଛେଦ

Published By : Prameya-News7 Bureau | January 29, 2021 IST

ବ୍ରହ୍ମପୁର ୨୯।୧: ଗଞ୍ଜାମ ଭଞ୍ଜନଗରରେ ଉଦ୍ଧାର ବାଘର ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ବାଘର ମୃତଦେହ ବ୍ୟବଚ୍ଛେଦ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଘୁମୁସର ଡିଏଫଓ । ବୁଗୁଡାଠାରେ ମୃତ ବାଘର ବ୍ୟବଚ୍ଛେଦ କରାଯିବା ନେଇ ବିଭାଗୀୟ ଅଧିକାରୀ କହିଛନ୍ତି ।

ସେପଟେ ସକାଳୁ ସକାଳୁ ବୁଗୁଡା ଫରେଷ୍ଟ ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ତାଲା ପଡିଥିବା ବେଳେ ଲୋକଙ୍କ ଗହଳି, ବିଶୃଙ୍ଖଳା ଆଶଙ୍କା ଦୃଷ୍ଟିରୁ ପୋଲିସ ମୁତୟନ ଥିବା ଦେଖିବାକୁ ମିଳିଛି ।

ଦକ୍ଷିଣ ଘୁମୁସର ଡିଏଫଓଙ୍କ ସୂଚନା ଅନୁସାରେ ବାରାହା ଶିକାର ଜାଲରେ ବାଘ ପଡିଥିବା ବେଳେ ତାର ଆଘାତରେ ଶରୀରର ବିଭିନ୍ନ ଅଂଶରେ କ୍ଷତ ହୋଇଥିଲା । ଅତ୍ୟଧିକ କ୍ଷତ ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ ଘଟିଥାଇପାରେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ବାଘକୁ ଖାଦ୍ୟ ଦିଆଯାଇଥିଲେ ମଧ୍ୟ ଖାଦ୍ୟ ଖାଇପାରିନଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.