୪ ମହଲା ଛାତରୁ ଡେଇଁ ମେଡିକାଲ ଛାତ୍ରୀଙ୍କ ଆତ୍ମହତ୍ୟା

Published By : Prameya-News7 Bureau | November 24, 2018 IST

କୋଏମ୍ବାଟୁର ୨୪/୧୧ : ଜଣେ ସ୍ନାନତକୋତ୍ତର ଛାତ୍ରୀ କଲେଜର ୪ ମହଲା ଛାତରୁ ଡେଉଁ ଆତ୍ମହତ୍ୟା କରିଛନ୍ତି | ଅଘଟଣ ଘଟିଛି କୋଏମ୍ବାଟୁର ମେଡିକାଲ କଲେଜ ପରିସରରେ | ମୃତ ଛାତ୍ରୀ ଜଣକ ହେଲେ ୨୬ ବର୍ଷ ବୟସ୍କା ଲକ୍ଷ୍ମୀ | ତାଙ୍କ ଘର କେରଳର କୋଚିରେ | ସେ କୋଏମ୍ବାଟୁର ବିଏସଜି ମେଡିକାଲ କଲେଜରେ ସ୍ନାନତକୋତ୍ତର କରୁଥିଲେ | ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ କ୍ଲାସ ଚାଲିଥିବାବେଳେ ଲକ୍ଷ୍ମୀଙ୍କୁ ଜଣେ ଅଧ୍ୟାପକ କୌଣସି କାରଣରୁ ସମସ୍ତ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଗଲି କରିଥିଲେ | ଲଜ୍ଜା ଓ ଅପମାନ ସହିନପାରି ଲକ୍ଷ୍ମୀ କଲେଜ ବିଲଡିଂର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଦେଇଛନ୍ତି | ଲକ୍ଷ୍ମୀ ତଳେ ପଡିଯିବା ପରେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ତୁରନ୍ତ ତାଙ୍କୁ ଟେକି ନେଇ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରିଥିଲେ | ପ୍ରାୟ ଦେଢ଼ ଘଣ୍ଟା ଜୀବନ ସହ ଗାଙ୍ଗ୍ରାମ କରିବା ପରେ ଶେଷରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା | ସତ ଚେଷ୍ଟା ସତ୍ୱେ ମେଡିକାଲ ଟିମ ଲକ୍ଷ୍ମୀଙ୍କୁ ବଂଚେଇ ପାରିଲେନାହିଁ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.