୩୭୦ ପରେ ଜାମ୍ମୁ-କାଶ୍ମୀରରେ ବଦଳିଲା ନାଗରିକତା ନିୟମ, ଏବେ ଏମିତି ହେବ ସ୍ଥିର, କାହାକୁ ମିଳିବ ସ୍ଥାୟୀ ବାସିନ୍ଦା ଅଧିକାର

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: କେନ୍ଦ୍ର ସରକାର  କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ବସବାସ କରିବା ପାଇଁ ନୂତନ ନିୟମ ଅଧିସୂଚନା ଜାରି କରିଛନ୍ତି। ଏହା ଅନୁସାରେ ୧୫ ବର୍ଷ ପାଇଁ ଜାମ୍ମୁ-କାଶ୍ମୀରରେ ରହୁଥିବା କୌଣସି ବ୍ୟକ୍ତି କିମ୍ବା ସର୍ବନିମ୍ନ ୧୦ ବର୍ଷ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ପିଲା ଓ ଉଲ୍ଲେଖିତ ସର୍ତ୍ତ ପୂରଣ କରୁଥିବା ପ୍ରବାସୀ ହିଁ ସ୍ଥାୟୀ ନିବାସୀ ଯୋଗ୍ୟ ହୋଇ ପାରିବେ।

ଉଲ୍ଲେଖନୀୟ ୨୦୧୦  ଜାମ୍ମୁ ଓ କାଶ୍ମୀର ସିଭିଲ୍‌ ସେବା ଅଧିନିୟମରେ ହୋଇଥିବା ସଂଶୋଧନ ରାଜପତ୍ର ଅଧିସୂଚନାରେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ଆଦେଶ ୨୦୨୦, ଧାରା ୩ ଏ ଓ କାଶ୍ମୀରରେ ୧୫ ବର୍ଷ ପର୍ଯ୍ୟନ୍ତ ରହୁଥିବା କୌଣସି ବ୍ୟକ୍ତିଙ୍କୁ ସ୍ଥାୟୀ ନିବାସୀ ଅଧିକାର ପ୍ରଦାନ କରିଥାଏ।

ଏ  ହେଉଛି ନୂତନ ଆଦେଶ

ଆଦେଶ ମୁତାବକ ସ୍ଥାୟୀ ନିବାସୀ ସେହି ବ୍ୟକ୍ତିଙ୍କୁ ବିବେଚନା କରାଯିବ ଯେଉଁମାନେ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ୧୫ ବର୍ଷ ଧରି ରହି ଆସୁଛନ୍ତି କିମ୍ବା ସାତ ବର୍ଷ ରହି ଏଠାରେ ପାଠ ପଢିଛନ୍ତି କିମ୍ବା ଜାମ୍ମୁ-କାଶ୍ମୀରର କୌଣସି ଶିକ୍ଷାନୁଷ୍ଠାନରୁ ଦଶମ ଓ ଦ୍ଵାଦଶ ପରୀକ୍ଷା ଦେଇଛନ୍ତି।

ନୂତନ ଅଧିସୂଚନା ସେହି ପିଲାଙ୍କୁ ମଧ୍ୟ ରାଜ୍ୟର ସ୍ଥାୟୀ ନିବାସିର ଅଧିକାର ପ୍ରଦାନ କରୁଛି ଯାହାଙ୍କର ମାତା-ପିତା ଆନୁଷ୍ଠାନିକ ଭାବେ ଜାମ୍ମୁ-କାଶ୍ମୀରକୁ ପୋଷ୍ଟିଂ ହୋଇଛନ୍ତି।

ସେହି  ଲୋକଙ୍କୁ ମିଳିବ ସ୍ଥାୟୀ ନିବାସୀ ହେବାର ଅଧିକାର

ଆଦେଶ ମୁତାବକ, କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ପିଲା, ସମସ୍ତ ସର୍ବଭାରତୀୟ ସେବାର ଅଧିକାରୀ, କେନ୍ଦ୍ର ସରକାରଙ୍କ ସାର୍ବଜନୀନ ଉପକ୍ରମ ଓ ସ୍ଵାୟତ୍ତ ସଂସ୍ଥାର ଅଧିକାରୀ, ପବ୍ଲିକ ସେକ୍ଟର ବ୍ୟାଙ୍କ, ସାମ୍ବିଧାନିକ ସଂସ୍ଥାର ଅଧିକାରୀ, କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଅଧିକାରୀ ଓ କେନ୍ଦ୍ର ସରକାର ମାନ୍ୟତା ପ୍ରାପ୍ତ ଗବେଷଣା ସଂସ୍ଥା ଯେଉଁମାନେ ଜାମ୍ମୁ-କାଶ୍ମୀରେ ୧୦ ବର୍ଷର ମୋଟ୍ ଅବଧି ନିଜର ସେବା ଦେଇଛନ୍ତି କିମ୍ବା ସେହି ପିଲା ଯାହାଙ୍କ ମାତା-ପିତା ଏହି ସବୁ ସର୍ତ୍ତକୁ ପୂରଣ କରୁଛନ୍ତି ସେମାନଙ୍କୁ ଜାମ୍ମୁ-କାଶ୍ମୀରର ସ୍ଥାୟୀ ନାଗରିକ ଅଧିକାର ମିଳିବ।

ଏହି ଆଦେଶକୁ ଗତ ବର୍ଷ ଅଗଷ୍ଟର ପୂର୍ବ ସ୍ଥିତିରେ ପରିବର୍ତ୍ତନ କରାଯାଇଛି। ଅଗଷ୍ଟ ପୂର୍ବରୁ ରାଜ୍ୟରେ ଅନୁଚ୍ଛେଦ ୩୫ ଏ ଆଧାରରେ ରାଜ୍ୟ ସରକାରଙ୍କୁ ଏହି ଅଧିକାର ଥିଲା ଯେ, ସେ ସ୍ଥିର କରିବେ କାହାକୁ ସ୍ଥାୟୀ ନାଗରିକର ମାନ୍ୟତା ଦିଆଯିବ ଏବଂ କାହାକୁ ନୁହଁ।

ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କଲା ଆଦେଶ

ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଆଦେଶ ଗ୍ରେଡ୍ ୪ ଚାକିରି ପାଇଁ ସୀମିତ। ରାଜପତ୍ର ଅଧିସୂଚନାରେ ସ୍ପଷ୍ଟ କରାଯାଇଛି ଯେ, ଧାରା ୫ଏ ମୁତାବକ, ଏହି ଅଧିନିୟମର  ପ୍ରାବଧାନ ଅଧିନ, କୌଣସି ବି ବ୍ୟକ୍ତି ସେ ପର୍ଯ୍ୟନ୍ତ ଗ୍ରେଡ-୪ ଅନୁସାରେ ୨୫ ହଜାରରୁ ଅଧିକ ବେତନ ବିଶିଷ୍ଟ ପଦରେ ନିଯୁକ୍ତ ହୋଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥାୟୀ ନିବାସୀ ହୋଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.