୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ବାଲେଶ୍ବରରେ ସର୍ବାଧିକ ୨୮.୨ ମିଲିମିଟର ବର୍ଷା ରେକର୍ଡ

Published By : Prameya-News7 Bureau | April 08, 2019 IST

ଭୁବନେଶ୍ୱର ୮/୪ : ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଗୋଟିଏ ଘୂର୍ଣ୍ଣଝଡ ସୃଷ୍ଟି ହୋଇଛି | ଯାହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି | ବିଶେଷ କରି ଉପକୂଳ ଓ ଉତ୍ତର ଓଡିଶାର ୧୨ରୁ ଉର୍ଦ୍ଧ୍ବ ଜିଲ୍ଲାରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ଏହାସହ ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେବ | ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି | ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିମି ରହିବ | ବାଲେଶ୍ବରରେ ସର୍ବାଧିକ ୨୮.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝଡତୋଫାନ ସହ ବର୍ଷା ହୋଇଛି | ଯାହାଫଳରେ ପାଗରେ ଟିକେ ସୁଧାର ଆସିଛି ଏବଂ ଖରାରୁ ଆସ୍ୱସ୍ଥି ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.