ମାଡି ଆସୁଛି ‘ପେଥାଇ’: ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା, ସବୁ ବନ୍ଦରରେ ଦୁଇ ନମ୍ବର ସତର୍କ ସୁଚନା
16/12/2018 at 6:00 PM

ଭୁବନେଶ୍ୱର ୧୬/୧୨ : ଉତ୍ତର ଉତ୍ତର ପଶ୍ଚିମ ଦିଗରେ ମାଡି ଛାଲିଛି ଦକ୍ଷିଣପୂର୍ବ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ବାତ୍ୟା ପେଥାଇ । ଆଜିଏହା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ମଚ୍ଛଲିପଟନମ୍ ଏବଂ କାକିନାଡା ଉପକୂଳ ଭିତରେ ସ୍ଥଳଭାଗ ଛୁଇଁବ । ପେଥାଇର ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ହେବ । ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ଆସୁଥିବାରୁ କ୍ଷେତରେ ପଡିରହିଥିବା ପାଚିଲା ଧାନ କିଭଳି ଅମଳ କରିବ ତାକୁ ନେଇ ଚାଷୀ କୁଳର ଚିନ୍ତା ଏବେ ବଢିଯାଇଛି…..
ମାଡି ଆସୁଛି ବାତ୍ୟା ପେଥାଇ। ସନ୍ଧ୍ୟା ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭କିଲୋମିଟର ବେଗରେ ଗତି କରୁଥିବା ପାଥେଇ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ପ୍ରଦେଶର ମଚ୍ଛଲି ପଟନମ୍ ଏବଂ କାକିନାଡା ମଧ୍ୟରେ ସ୍ଥଳ ଭାଗକୁ ହିଟ୍ କରିବ । ବର୍ତ୍ତମାନ ପାଥେଇ ଚେନ୍ନାଇଠାରୁ ୪୩୦ କିଲୋମିଟର ଓ କାକିନାଡା ଠାରୁ ୪୦୦ କିଲୋମିଟର ଦୂରରେ ରହଛି । ପ୍ରଭାବରେ ଆଜି ଠାରୁ ଆନ୍ଧ୍ରରେ ବର୍ଷା ହେଉଛି । ଆସନ୍ତା କାଲି ଉପକୂଳ ଆନ୍ଧ୍ରର ବିଶାଖାପାଟନମ୍, କ୍ରିଷ୍ଣା, ଗୋଦାବରୀ, ଗୁଣ୍ଟୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହାସହ ପବନର ବେଗ ସର୍ବାଧିକ ୮୦କିଲୋମିଟର ମଧ୍ୟରେ ରହିବ । ତେବେ ଦକ୍ଷିଣ ଓଡିଶା ସମେତ ଓଡିଶାର ୪ଟି ଜିଲ୍ଲା ଗଜପତି , ଗଞ୍ଜାମ , ରାୟଗଡ଼ା, କୋରାପୁଟରେ ପ୍ରବଳ ବର୍ଷା ହେବ । ଏହାସହ ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଅଧିକ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୮ତାରିଖ ଯାଏ ରାଜ୍ୟର ସମସ୍ତ ଜିଲ୍ଲାର ବର୍ଷା ହେବ ବୋଲି ଡେପୁଟି ଏସଆରସି ସୂଚନା ଦେଇଛନ୍ତି । ରାଜ୍ୟର ସବୁ ବନ୍ଦରରେ ଦୁଇ ନମ୍ବର ସତର୍କ ସୁଚନା ଦିଆଯାଇଛି । ପେଥାଇ ଜଦିଓ ତିତିଲ୍ ଭଳି ଏତେ ଭୟଙ୍କର ହେବନି ତଥାପି ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବର୍ଷାର ପରିମାଣ ଆସନ୍ତା ୧୮ତାରିଖ ବେଳକୁ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି
ସେପଟେ ଓଡିଶାର ଆକାଶରେ ମଧ୍ୟ କଳା ବାଦଲ ଛାଇ ହୋଇଗଲାଣି । କିଛି ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । କନ୍ଧମାଳ ଜିଲ୍ଲାରେ ବାତ୍ୟା ପେଥାଇ ଚାଷୀକୁଳର ଚିନ୍ତା ମଧ୍ୟ ବଢାଇ ଦେଇଛି । କ୍ଷେତରେ ପଡି ରହିଥିବା ସୂନାର ଫସଲ କିଭଳି ସୁରକ୍ଷିତ ଭାବେ ଧାନ ଖଳାକୁ ଆଣି ଅମଳ କରାଇ ନେବ ସେଥିପାଇଁ ଆଉ ନିଦ ନାହିଁ । କିଏ ତରତର ହୋଇ ଧାନ କାଟୁଛି ତ ଆଉ କିଏ ଧାସ ସବୁ ମୁଣ୍ଡରେ ବୋହି ନେଉଛି। ତେବେ ଅନେକ ସ୍ଥାନରେ ଧାନ ବିଲରେ ପଡି ରହିଛି । କଳାହାଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସ୍ଥିତି। ଦୁଇଦିନ ଧରି ଆକାଶ ମେଘାଛନ୍ନ ରହିଥିବାବେଳେ ଝିପିଝିପି ବର୍ଷା ଚାଷୀର ଚିନ୍ତା ବଢାଇ ଦେଇଛି । ବାତ୍ୟା ପାଥେଇକୁ ନେଇ ଗଜପତି ଜିଲ୍ଲାପାଳ ସମିକ୍ଷା ବୈଠକ କରିଛନ୍ତି। ପାଥେଇର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କ ଅମଳ ଧାନକୁ ମଣ୍ଡିଓ କମ୍ୟୁନିଟ୍ ସେଣ୍ଟର ଗୁଡିକରେ ରଖିବାକୁ ଜିଲ୍ଲାପାଳ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ବାରମ୍ବାର ବନ୍ୟା ବାତ୍ୟାଭଳି ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ଚକଡା ପୋକ ଦାଉ ଚାଷୀଙ୍କ ମେରୁଦଣ୍ଡ ଉପରେ ପାହାର ସଦୃଶହୋଇଛି । ପାଚିଲା ଧାନର ଅମଳ ବେଳେ ଆଉ ଏକ ବାତ୍ୟା ଆହାର ଉପରେ ପାହାର ଭଳି ହୋଇଛି ।