ଇଂଲଣ୍ଡ ବିପକ୍ଷରେ ପ୍ଳେୟିଙ୍ଗ ଇଲେଭେନରେ ଖେଳିବେ ଏହି ଖେଳାଳି : ସାମୀ ଟିମରୁ ଆଉଟ !

Published By : Prameya-News7 Bureau | June 29, 2019 IST

ମଞ୍ଚେଷ୍ଟର ୨୯/୬ : ବିଶ୍ୱକପରେ ବର୍ତ୍ତମାନ ଦମଦାର ମ୍ୟାଚ ଦେଖିବାକୁ ମିଳୁଛି । ଭାରତ ଏଯାଏଁ କୌଣସି ମ୍ୟାଚ ନ ହାରି ରେକର୍ଡ ସୃଷ୍ଟି କରିଛି । ଚଳିତ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରୁଛି । ଟିମ ଇଣ୍ଡିଆ ଆଉ ଗୋଟିଏ ମ୍ୟାଚ ଜିତିଲେ ସେମି ଫାଇନାଲରେ ପ୍ରବେଶ କରିବ । ଆସନ୍ତାକାଲି ଭାରତ ଇଂଲଣ୍ଡ ସହ ଖେଳିବ ।

ଏହି ମ୍ୟାଚରେ ଭାରତ ନାରଙ୍ଗୀ ଏବଂ ନୀଳ ରଙ୍ଗର ଜର୍ସି ପିନ୍ଧି ଖେଳିବ । କାରଣ ଇଂଲଣ୍ଡ ଟିମର ଜର୍ସିର ରଙ୍ଗ ମଧ୍ୟ ନୀଳ । ସେଥିପାଇଁ ଇଣ୍ଡିଆ ଟିମ ପାଇଁ ସ୍ୱତନ୍ତ୍ର ଜର୍ସି ତିଆରି କରାଯାଇଛି । ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନର ଋଷଭ ପନ୍ଥା ଏବଂ ଜାଡେଜାଙ୍କୁ ଖେଳିବା ପାଇଁ ମଉକା ମିଳିପାରେ । ଜାଡେଜା ଏବେ ଯାଏଁ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି ।

ଭାରତର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ – ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ.ରାହୁଲ, ଋଷଭ ପନ୍ଥ, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ହାର୍ଦ୍ଧିକ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ ।

ଇଂଲଣ୍ଡର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ – ଜନି ବାୟରସ୍ଟୋ, ଜେମ୍ସ ୱିଂସ, ଜୋ ରୁଟ୍, ଇୟୋନ ମୋର୍ଗନ, ବେନ ସ୍ଟୋକ୍ସ, ଜୋସ ବଟଲର, ମୋଇନ୍ ଅଲି, କ୍ରିସ ୱୋକ୍ସ, ଆଦିଲ ରଶିଦ, ଜୋଫ୍ରା ଆର୍ଚର, ମାର୍କ ୱୁଡ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.