ଦେଶରେ ଦୁର୍ବଳ ହେଉଛି ସଂକ୍ରମଣ : ୧୦ ପ୍ରତିଶତ ତଳେ ରହିଛି ପଜିଟିଭ ରେଟ୍‌, ସୁସ୍ଥ ହେଲେଣି ୯୫.୪୩ ପ୍ରତିଶତ

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/ ୦୬ : ଭାରତରେ କରୋନା ସଂକ୍ରମଣ ହାର ଧିରେ ଧିରେ ଖସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୪୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୩୯୨୧ ଜଣଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ୭୪ ଦିନ ପରେ ଦେଶରେ କରୋନା ସଂକ୍ରମଣ ହାର ସର୍ବନିମ୍ନ ରହିଛି । ୬୬ ଦିନ ପରେ ଭାରତରେ ଆକ୍ଟିଭ କେସ୍‌ ୧୦ ଲକ୍ଷ ତଳେ ରହିଛି ଏବଂ ସୁସ୍ଥ ହାର ୯୫.୪୩ ପ୍ରତିଶତ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନୂଆ ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୭୪ ହଜାର ୩୦୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଦେଶରେ ଆକ୍ଟିଭ କେସ ୧୦ ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ୯,୭୩,୧୫୮ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧,୧୯,୫୦୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଭାରତରେ ଗତ କିଛି ଦିନ ଧରି କରୋନା ସଂକ୍ରମଣ ହାର ଲଗାତାର ଭାବେ କମିବାରେ ଲାଗିଛି ।

କେଉଁ ତାରିଖରେ କେତେ ସଂକ୍ରମିତ ଚିହ୍ନଟ ହୋଇଥିଲେ ?

୨୦ ମେ : ୨, ୭୬, ୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ
୨୫ ମେ : ୧, ୯୬, ୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ
୩୦ ମେ : ୧, ୬୫, ୫୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ
୪ ଜୁନ : ୧, ୩୨, ୩୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ
୯ ଜୁନ : ୯୨, ୫୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ
୧୪ ଜୁନ : ୭୦, ୪୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ଉପୋରକ୍ତ ତଥ୍ୟ ଉପରେ ନଜର ପକାଇଲେ ସ୍ପଷ୍ଟ ଜଣାପଡୁଛି ଯେ, ଦେଶରେ ନିୟମିତଭାବେ ସଂକ୍ରମିତଙ୍କ ସଂଖ୍ୟା କମୁଛି । କିନ୍ତୁ ପୂର୍ବପରି ସାବଧାନତା ବଜାୟ ରଖିବା ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.