୧୦ ଦିନରେ ୧ ଲକ୍ଷରୁ ଦେଢ଼ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭/୦୫ : ଦେଶରେ କରୋନା ମାମଲା ଲକ୍ଷେ ୫୧ ହଜାରରୁ ଅଧିକ ହେଲାଣି | ୨୪ ଘଣ୍ଟା ମଧ୍ୟରେ ୬ ହଜାର ୩୮୭ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ୧୭୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି | ମାତ୍ର ୧୦ ଦିନରେ କରୋନା ସଂକ୍ରମଣ ମାମଲା ଲକ୍ଷେରୁ ଦେଢ଼ ଲକ୍ଷକୁ ବୃଦ୍ଧି ପାଇଛି | ୨୪ ଘଣ୍ଟାରେ ସବୁଠାରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି |

ବର୍ତ୍ତମାନ ଦେଶରେ ୮୩ ହଜାର ୪ ଆକ୍ଟିଭ ମାମଲା ରହିଛି | ଏବେ ସୁଦ୍ଧା ୪ ହଜାର ୩୩୭ ଜଣ ପ୍ରାଣ ହରାଇ ସାରିଛନ୍ତି | ଅପରପକ୍ଷରେ ୬୪ ହଜାର ୪୨୫ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି | ଆଉ ଜଣେ ବିଦେଶୀ ନାଗରିକ ନିଜ ଦେଶକୁ ଫେରି ଯାଇଛନ୍ତି |

ଦ୍ରୁତ ଗତିରେ ବଢି ଚାଲିଥିବା କରୋନା ମାମଲାରେ ଦେଶ ବର୍ତ୍ତମାନ ଟପ ୧୦ ଦେଶ ମଧ୍ୟରେ ସାମିଲ ହୋଇଛି | ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛି ଆମେରିକା | ଆମେରିକାରେ ଏବେ ସୁଦ୍ଧା ୧୭ ଲକ୍ଷ ୨୫ ହଜାର ୨୭୫ ମାମଲା ରହିଛି | ଦ୍ୱିତୀୟରେ ବ୍ରାଜିଲ(୩ ଲକ୍ଷ ୯୪ ହଜାର ୫୦୭), ଋଷରେ ୩ ଲକ୍ଷ ୬୨ ହଜାର ୩୪୨, ସ୍ପେନରେ ୨ ଲକ୍ଷ ୮୩ ହଜାର ୩୩୯, ବ୍ରିଟେନରେ ୨ ଲକ୍ଷ ୬୫ ହଜାର ୨୨୭, ଇଟାଲୀରେ ୨ ଲକ୍ଷ ୩୦ ହଜାର ୫୫୫, ଫ୍ରାନ୍ସରେ ୧ ଲକ୍ଷ ୮୨ ହଜାର ୭୨୨, ଜର୍ମାନୀରେ ୧ ଲକ୍ଷ ୮୧ ହଜାର ୨୮୮, ତୁର୍କୀରେ ୧ ଲକ୍ଷ 58 ହଜାର ୭୬୨ ମାମଲା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.