Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବାଲେଶ୍ବରର ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ହେବ ବନ୍ଦର

15/11/2018 at 4:12 PM

ବାଲେଶ୍ବର ୧୫/୧୧: ଓଡ଼ିଶା ସରକାରଙ୍କର ନିଷ୍ପତି କ୍ରମେ ୨୦୦୬ମସିହାରେ ବାଲେଶ୍ବରର ଚୌମୁଖଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ବନ୍ଦର ହେବ ବୋଲି ସ୍ଥିର ହୋଇଥିଲା। ସେଥତ୍ପାଇଁ ଏମ୍ଓୟୁ ସ୍ବାକ୍ଷର ମଧ୍ୟ ହୋଇଥିଲା। ୨୦୦୮ମସିହାରେ ସେଠାରେ ଜାଗା ଚିହ୍ନଟ ହୋଇଥିଲା। ହେଲେ ବିଭିନ୍ନ ପ୍ରକାର କୋଟ କଚେରୀ ମାମଲାପାଇଁ ତାହା ବନ୍ଦ ହୋଇ ପଡ଼ିଥିଲା। ମାତ୍ର ଏଇ କିଛି ମାସ  ପୂର୍ବରୁ ପ୍ରତିରକ୍ଷା ବିଭାଗର କ୍ଲିୟରେନ୍ସ ମିଳିବା ପରେ ସେଠାରେ ବନ୍ଦର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।  ସେଠାରେ ବନ୍ଦର କରିବାପାଇଁ କ୍ରିୟେଟିଭ ପୋଟ ତାର ଦାଇତ୍ବ ନେଇଛି। ଟାଟା ଷ୍ଟିଲ ଏଥିରେ ୫୧% ପୁଞ୍ଜି ବିନିଯୋଗ କରିବାର ନିଷ୍ପତି ହୋଇଛି। ଏହି ବନ୍ଦର ପାଇଁ  ପ୍ରଥମ ପର୍ଯ୍ୟାୟରେ ୪୬ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ବନ୍ଦର ପାଇଁ ସରକାର ଡ଼େ।ଗରାରୁ ଚୌମୁଖ ପର୍ଯ୍ୟନ୍ତ ୮କି.ମି ନଦୀ ଉପକୂଳ ସ୍ଥାନ ଦେଇଅଛନ୍ତି। ଏତଦବ୍ୟତୀତ ସମୁଦ୍ର ମଧ୍ୟରେ ୨୪କି.ମି ପର୍ଯ୍ୟନ୍ତ ଚେନାଲ ଖୋଳାଯିବ। ଯାହାଫଳରେ ଜାହାଜ ଗୁଡ଼ିକ ସୁରୁଖୁରୁରେ ବନ୍ଦର ନିକଟକୁ ଆସିପାରିବ। ଏହି ବନ୍ଦର କାର୍ଯ୍ୟ ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବ। ହଲେ ପ୍ରଥମ ପର୍ଯ।ୟରେ ଅମର୍ଦ୍ଦ। ରୋଡ଼ରୁ ଚୌମୁଖ ପର୍ଯୟ’ ରେଳପଥ ନିର୍ମ।ଣ କରାଯିବ। ସେହିଭଳି ରାସ୍ତା ମଧ୍ୟ ନିର୍ମ।ଣ କରାଯିବ। ଏହି କାମ ସରିବାପାଇଁ ଅତିକମରେ ୩ବର୍ଷ ଲାଗିବ। ଦୀର୍ଘ ୧୦ବର୍ଷ କାର୍ଯ୍ୟ ବନ୍ଦ ରହିବାପରେ ପୁଣି ବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହାର ସଭାପତି ପ୍ରମୋଦ କୁମାର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବରବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି ବନ୍ଦର ହେବା ଫଳରେ ୪ହଜାରରୁ ଅଧିକ ଲୋକ କର୍ମନିଯୁକ୍ତି ପାଇବେ ବୋଲି  ସେ କହିଥିଲେ।

   Related Posts