ଲଘୁଚାପ ବର୍ଷାରେ ବେହାଲ୍ ବନ୍ଦର ସହର, ଜଳବନ୍ଦୀ ଅବସ୍ଥାରେ ୮୦୦ ରୁ ଅଧିକ ପରିବାର

Published By : Prameya-News7 Bureau | September 13, 2021 IST

ପାରାଦ୍ୱୀପ ୧୩/୦୯: ଲଘୁଚାପ ଜନିତ ବର୍ଷା ପାଇଁ ପାରାଦୀପ ଅଞ୍ଚଳର ବିଭିନ୍ନ ଗ୍ରାମ ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ପାରାଦୀପ ଉପକଣ୍ଠ କୁଜଙ୍ଗ ବ୍ଲକ ନୁଆଗଡ଼ ପଞ୍ଚାୟତ ମୁଷାଢିଆ ଗ୍ରାମର ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ଜଳବନ୍ଦୀ ରେ ରହିଛନ୍ତି । ଗତକାଲି ଠାରୁ ଲଗାଣ ବର୍ଷା ପାଇଁ ସମସ୍ତ ଙ୍କ ଘରେ ପାଣି ମଧ୍ୟ ପଶିଛି, ଯାହା ଫଳରେ ରୋଷେଇ କରିବା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି ।

{"id":510513,"width":843,"height":497,"sizeSlug":"full","linkDestination":"none"}

ଏ ସମସ୍ୟା ଏବେକାର ନୁହେଁ ପ୍ରତିବର୍ଷ ଏଭଳି ବର୍ଷା ହେଲେ ଆଉ ତା ଉପରେ ନିକଟରେ ଗଢ଼ି ଉଠିଥିବା କମ୍ପାନୀ ମଧ୍ୟରୁ ବାହାରୁଥିବା ବର୍ଯ୍ୟପାଣି ବୋଝ ଉପରେ ନଳିତା ସଦସ୍ୟ । ଏହାର ମୁଖ୍ୟ କାରଣ ହେଉଛି ଜଳ ନିଷ୍କାସନ ର ବ୍ୟବସ୍ଥା ନଥିବାରୁ । ତେବେ ଜଳନିଷ୍କାସନର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.