Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପର୍ଣ୍ଣଗ୍ରାଫି କେସ୍: ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କୁ ଘାରିଲା ଗିରଫଦାରୀର ଭୟ, କୋର୍ଟ ଖାରଜ କଲେ ଆଗୁଆ ଜାମିନ ଆବେଦନ

29/07/2021 at 5:53 PM

ମୁମ୍ବାଇ ୨୯।୦୭: ବ୍ୟବସାୟୀ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି କେସ୍‌ରେ ଏବେ ବଲିଉଡ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଅଭିନେତ୍ରୀଙ୍କୁ ଏବେ ଗିରଫଦାରୀର ଭୟ ଘାରିବାରେ ଲାଗିଛି। ଗିରଫଦାରୀରୁ ବଞ୍ଚିବା ପାଇଁ ଶେର୍ଲିନ ଚୋପ୍ରା ମୁମ୍ବାଇ ସେସନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଅଦାଲତ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି।

ରାଜ କୁନ୍ଦ୍ରାଙ୍କ ସହିତ ସହ ଅଭିଯୁକ୍ତ ଭାବେ ଗିରଫଦାରୀର ଭୟ ଆଶଙ୍କାକୁ ଦେଖି ଶେର୍ଲିନ ଚୋପ୍ରା କୋର୍ଟରେ ଆଶ୍ଵସ୍ତି ଦାବି କରିଥିଲେ। ଅନ୍ୟପଟେ ମୁମ୍ବାଇ ଅପରାଧିକ ଶାଖା ଅର୍ଥାତ କ୍ରାଇମ ବ୍ରାଞ୍ଚ ସେଲ୍‌ ଶେର୍ଲିନ ଚୋପ୍ରାଙ୍କ ବୟାନ ରେକର୍ଡ ପାଇଁ ତଲବ କରିଥିଲା। କୁହାଯାଉଛି ଅଶ୍ଳୀଳ ଚଳଚ୍ଚିତ୍ର ରାକେଟ୍‌ରେ ଚୋପ୍ରାଙ୍କୁ ଚଳିତ ସପ୍ତାହରେ ପଚରାଉଚୁରା ପାଇଁ ତଲବ କରାଯାଇପାରେ।

ଶେର୍ଲିନ ଚୋପ୍ରା ଅଭିଯୋଗ କରିଛନ୍ତି ଯେ, ରାଜ କୁନ୍ଦ୍ରା ତାଙ୍କ ଉପରେ ଯୌନ ଶୋଷଣ କରିଥିଲେ। ହେଲେ ସେ କୌଣସି ପ୍ରକାରେ ସେଥିରୁ ବଞ୍ଚି ଯାଇଛନ୍ତି। ୨୦୨୧ ଏପ୍ରିଲରେ ଶେର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରି ସାରିଛନ୍ତି। ସେ ଏହା ମଧ୍ୟ କହି ସାରିଛନ୍ତି ଯେ, ମାର୍ଚ୍ଚରେ କ୍ରାଇମ ବ୍ରାଞ୍ଚକୁ ସେ ହିଁ ପ୍ରଥମେ ବୟାନ ଦେଇଥିଲେ।

   Related Posts