ଓ୍ବେବସାଇଟ୍‌ରୁ ଏକ କୋଟି ଭିଡିଓ ହଟାଇଲା Pornhub, ଜାଣନ୍ତୁ କଣ ରହିଛି କାରଣ

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫/୧୨ : ଆଡଲ୍ଟ ଭିଡିଓ ୱେବସାଇଟ୍ Pornhub ଏହାର ପଲିସିରେ ବ୍ୟାପକ ପରିବର୍ତ୍ତନ କରିଛି । ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓ ଡିଲିଟ୍ କରିବା ପାଇଁ କମ୍ପାନୀ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି ବୋଲି ୱେବସାଇଟ୍ ଘୋଷଣା କରିଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଏବଂ ଦୁଷ୍କର୍ମ ଭିଡିଓ ଅପଲୋଡ୍ ହେବା ପରେ ୱେସବାଇଟ୍ ଏହି ନିଷ୍ପତ୍ତି ନେଇଛି ।

{"id":377984,"sizeSlug":"large","linkDestination":"none"}

Pornhub ୱେବସାଇଟ୍ ଗତ ସପ୍ତାହରେ ଘୋଷଣା କରିଥିଲା ​​ଯେ କେବଳ ଯାଞ୍ଚ ହୋଇଥିବା ୟୁଜରମାନଙ୍କର ଭିଡିଓଗୁଡ଼ିକୁ ୱେବସାଇଟରେ ରହିବାକୁ ଅନୁମତି ଦିଆଯିବ । କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ପରେ ୱେବସାଇଟରୁ ଅନେକଗୁଡିଏ ଭିଡିଓ ହଟାଯାଇଛି । ଏକ ବୟାନରେ କୁହାଯାଇଛି ଯେ ନୂଆ ମଡେଲ୍ ଏକ କଣ୍ଟେଣ୍ଟ୍ ପ୍ଲାଟଫର୍ମ ଦ୍ବାରା ସ୍ଥାପିତ କରାଯାଇଛି । ଏହାର ଅର୍ଥ ହେଉଛି Pornhub ଭିଡିଓଗୁଡିକ ଯାଞ୍ଚ ହୋଇଥିବା ୟୁଜରମାନଙ୍କ ଦ୍ୱାରା ଅପଲୋଡ୍ ହୋଇପାରିବ ।

{"id":377985,"width":579,"height":371,"sizeSlug":"large","linkDestination":"none"}

Pornhub ଏକ ବୟାନରେ କହିଛି ଯେ, ‘ସମାଜର ସୁରକ୍ଷା ପାଇଁ ଗୋଟିଏ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛୁ ।  ଆମେ କେବଳ ସଠିକ୍ ଭାବରେ ଚିହ୍ନିତ ୟୁଜରମାନଙ୍କୁ ହିଁ ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେବୁ’ ।  ଭିଡିଓ ଡାଉନଲୋଡ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ମଦରବୋର୍ଡ ରିପୋର୍ଟରେ କୁହାଯାଇଛି ଯେ, Pornhub ଏହାର ୱେବସାଇଟରୁ ୧୦ ମିଲିୟନ (୧ କୋଟି) ରୁ ଅଧିକ ଭିଡିଓ ହଟାଇ ଦେଇଛି । ପୂର୍ବରୁ Pornhub ଓ୍ବେବସାଇଟରେ ପାଖାପାଖି ୧୩.୫ ମିଲିୟନ ଭିଡିଓ ଥିଲା, କିନ୍ତୁ ବର୍ତ୍ତମାନ ସାଇଟରେ ମାତ୍ର ୨.୯ ମିଲିୟନ୍ ଭିଡିଓ ଉପଲବ୍ଧ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.