ସଚିବାଳୟର ଭିଡିଓ କନଫରେନ୍ସିଂ ସ୍କ୍ରିନ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ ! ତାପରେ କଣ ହେଲା ଜାଣନ୍ତୁ…

Published By : Prameya-News7 Bureau | June 05, 2019 IST

ଜୟପୁର ୫|୬: ରାଜସ୍ଥାନ ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ବୈଠକ ଚାଲିଥିବା ବେଳେ ଅଶ୍ଳୀଳ ଭିଡିଓ ଚାଲିଥିବା ଖବର ଶୁଣିବାକୁ ମିଳୁଛି ।ସଚିବାଳୟରେ ସୋମବାର ଦିନ ଖାଦ୍ୟ ଏବଂ ଯୋଗାଣ ବିଭାଗ ସଚିବ ମୁଗ୍ଧା ସିହ୍ନା ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରୁଥିଲେ ।

ବୈଠକରେ ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ ଚାଲିଥିଲା । ରାଜ୍ୟର ସମସ୍ତ ଅଧିକାରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ଥିଲେ ଏବଂ ଆଲୋଚନା ମଧ୍ୟ ଚାଲିଥିଲା ।ଏହି ସମୟରେ ଭିଡିଓ କନଫରେନ୍ସିଂ ସ୍କ୍ରିନ୍ ଉପରେ ପ୍ରାୟ ୧୫ସେକେଣ୍ଡ ପର୍ଯ୍ୟନ୍ତ ଅଶ୍ଳୀଳ ଭିଡିଓ ଚାଲିଥିଲା । ଅଶ୍ଳୀଳ ଭିଡିଓ ଦେଖି ସମସ୍ତ ଅଧିକାରୀ ହତବାକ୍ ହୋଇ ରହିଗଲେ ।

{"id":119784}

ଏହାପରେ ଖାଦ୍ୟ ଏବଂ ଯୋଗାଣ ବିଭାଗ ସଚିବ ମୁଗ୍ଧା ସିହ୍ନା କିଛି ସମୟ ପାଇଁ ବୈଠକ ବନ୍ଦ କରିଦେଇଥିଲେ । ଏହି ଘଟଣାର ଯାଞ୍ଚ ପାଇଁ ଏନଆଇସିକୁ ଚିଠି ଲେଖାଯାଇଛି । ଏନଆଇସି କେନ୍ଦ୍ରର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ମାଧ୍ୟମରେ ଏହି ବୈଠକକୁ ପରିଚାଳିତ କରୁଥିଲେ । ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, କୌଣସି ଜିଲ୍ଲା କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଭିଡିଓ ଚାଲିଛି ।

କୁହାଯାଉଛି ଯେ, ଯେତେବେଳେ ଜଣେ ଅଧିକାରୀ ଲାପଟପ ଚଲାଉଥିଲେ ତେବେ ହଠାତ୍ ପପଅପ ବିଜ୍ଞାପନ ଆସିଥିଲା । ପପଅପ୍ ଉପରେ ଭୁଲରେ କ୍ଲିକ୍ ହୋଇଯାଇଥିଲା ଯାହା ଫଳରେ ଅଶ୍ଳୀଳ ଓ୍ବେବସାଇଟ୍ ଖୋଲିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.