ବୟଫ୍ରେଣ୍ଡଙ୍କୁ ଗୁଳି କରି ପୋତିଦେଲେ, ଧରାପଡିଲେ ପର୍ଣ୍ଣଷ୍ଟାର୍ ଓବ୍ରେ ଗୋଲ୍ଡ , ୨ ସହଯୋଗୀ ମଧ୍ୟ ଗିରଫ

Published By : Prameya-News7 Bureau | August 30, 2020 IST

ଫ୍ଲୋରିଡା, ୩୦|୦୮:  ହତ୍ୟା ଅଭିଯୋଗରେ ପର୍ଣ୍ଣ ଷ୍ଟାରଙ୍କ ବିରୋଧରେ ମାମଲା । ନିଜ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଚର୍ଚ୍ଚିଚ ପର୍ଣ୍ଣଷ୍ଟାର୍ ଲରେନ୍ ଓ୍ୱାମ୍ବଲେସଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେ ତାଙ୍କ ବୟଫ୍ରେଣ୍ଡଙ୍କ ହତ୍ୟାକାରୀକୁ ସହଯୋଗ କରିଥିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି ।

ପୋଲିସର କହିବାନୁସାରେ, ଗତ ବୁଧବାର ରାଉଲ୍ ଗୁଲିନ୍ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ନିଶା କାରବାର ଏବଂ ଟଙ୍କା ପାଇଁ ଗୁଲିନଙ୍କୁ ହତ୍ୟା କରାଯାଇଥିଲା । ଗୁରୁବାର ଫ୍ଲୋରିଡାର ଏକ ଅପରିତ୍ୟକ୍ତ ସ୍ଥାନରୁ ରାଉଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

{"id":322497,"sizeSlug":"large"}

ଏହି ଘଟଣାରେ ପୋଲିସ ଓ୍ୱିଲନ୍ ପାର୍କର ଓ ଜେରିମ୍ ପିଟର ନାମକ ୨ଜଣଙ୍କୁ ଗିରଫ କରିଛି । ପରେ ହତ୍ୟା ଅଭିଯୋଗରେ ଲରେନଙ୍କ ନାଁ ଆସିଥିଲା । କାରଣ ସେ ରାଉଲଙ୍କ ମୃତଦେହ ଲୁଚାଇବାରେ ହତ୍ୟାକାରୀଙ୍କୁ ସହଯୋଗ କରିଥିଲେ । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।  ପୂର୍ବରୁ ମଧ୍ୟ ଲରେନ୍ ୨୦୧୮ରେ ୬ ମାସ ପାଇଁ ଜେଲ୍ ଯାଇ ସାରିଛନ୍ତି ।

{"id":322498,"sizeSlug":"large"}

ପୋଲିସର କହିବାନୁସାରେ, ଶେଷ ଥର ପାଇଁ ରାଉଲଙ୍କୁ ଆଲାବାମାର ଦୋଥାନରେ ଦେଖିବାକୁ ମିଳିଥିଲା । ସେ ଘରକୁ ନିଜ ପ୍ରଥମ ପତ୍ନୀଙ୍କୁ ଡାକିଥିଲେ । ଏହାସହ ଖରାପ ପରିସ୍ଥିତିର ସାମ୍ନା କରୁଥିବା କହିଥିଲେ । ଏହାପରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପରେ ମୃତଦେହକୁ ପୋତି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.