ହଟ୍ ପର୍ଣ୍ଣଷ୍ଟାର ମିୟା ଖଲିଫା କାହିଁକି ‘ହିଜାବ’ ପିନ୍ଧି କରିଥିଲେ ପର୍ଣ୍ଣ ଫିଲ୍ମର ଶୁଟିଂ… ନିଜେ ହିଁ ଖୋଲିଲେ ଗୁମର, କହିଲେ ଏମିତି କଥା
20/08/2019 at 2:56 PM

ମୁମ୍ବାଇ୨୦|୮: ୨୬ ବର୍ଷ ବୟସ୍କା ମିୟା କଲିଫା ମାତ୍ର ୩ ମାସ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାଟି ବିଶ୍ବର ସବୁଠୁ ଫେମସ ଆଡଲ୍ଟ ଅଭିନେତ୍ରୀ ହୋଇଯାଇଛନ୍ତି। ଆଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ପପୁଲାର ପର୍ଣ୍ଣ ଷ୍ଟାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିୟା ଖଲିଫା ।

ଇଂଡିୟାନ ଲୁକ୍ ପାଇଁ ସେ ଭାରତରେ ବେଶ ଚର୍ଚ୍ଚିତ।ହେଲେ ମିୟା ଏବେ ଏହି ଇଣ୍ଡଷ୍ଟ୍ରିରେ କାମ କରୁନାହାନ୍ତି। ଶୁବ ଶୀଘ୍ର ମିୟା ନିଜ ଭାବି ସ୍ବାମୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ବନ୍ଧନରେ ବାନ୍ଧି ହେବେ ମିୟା।

ଇନ୍ଷ୍ଟାଗ୍ରାମରେ ମିୟାଙ୍କର ୧କୋଟି ୬୯ ଲକ୍ଷ ଫଲୋଅର୍ସ ଅଛନ୍ତି। ମିୟାଙ୍କ ବିଷୟରେ କୌଣସି ଖବର ଆସିଲେ ଆଜି ମଧ୍ୟ ଫ୍ୟାନ୍ସ ଖୁବ ଅଧିକ ଧ୍ୟାନ ଦିଅନ୍ତି। ଏବେ ମିୟାଙ୍କର ଏକ ସାକ୍ଷାତକାର ବେଶ ଚର୍ଚ୍ଚାରେ ଅଛି।

ତାଙ୍କର ଏହି ସାକ୍ଷାତକାର ଗୋଟେ ସଫ୍ତାହ ମଧ୍ୟରେ ୟୁଟ୍ୟୁବ୍ରେ କୋଟିଏରୁ ଅଧିକ ଥର ଦେଖା ଯାଇ ସାରିଛି। ସାକ୍ଷାତକାରରେ ମିୟା ପର୍ଣ୍ଣ ଶୁଟ୍ ସମ୍ପର୍କିତ ଏକ ଗୁମର ଖୋଲିଛନ୍ତି । ସେ କହିଛନ୍ତି ଯେ, ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ସେ ମାତ୍ର ୧୨ ହଜାର ଡଲାର ଅର୍ଥାତ ସାଢେ ୮ ଲକ୍ଷ ଟଙ୍କା ପାଖାପାଖି ଆୟ କରିଛନ୍ତି।

ତାଙ୍କ ଫ୍ୟାନ୍ସ ଏହା ଜାଣିଥିବା ଯେ, ହିଜାବ ପିନ୍ଧି ଏକ ପର୍ଣ୍ଣ ଫିଲ୍ମ କରି ପ୍ରଥମ ଥର ପାଇଁ ଅଧିକ ଚର୍ଚ୍ଚିତ ହୋଇଥିଲେ । ଏହି ଭିଡିଓକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା ହେବା ସହ ବିବାଦୀୟ ମଧ୍ୟ ହୋଇଥିଲା।

ଏହି ବିବାଦୀୟ ଭିଡିଓକୁ ନେଇ ସେ କହିଛନ୍ତି ଯେ, ଲେବନାନ ଓ ମିଡଲ ଇଷ୍ଟ ମିଡିଆ ତାଙ୍କର ଏହି ଭିଡିଓ ନେଇ ଖୁବ ସମାଲୋଚନା କରିଥିଲା। ତାଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା।

ତାଙ୍କର ସମର୍ଥକ ମାନେ ମଧ୍ୟ ଏହି ଭିଡିଓ ଦେଖି ତାଙ୍କୁ ଅନଲାଇନ୍ ଧମକ ଦେଇଥିଲେ। ସବୁଠୁ ଅଧିକ ଧମକ ମୁସଲିମ ରାଷ୍ଟ୍ରଗୁଡିକରୁ ସେ ପାଇଥିଲେ। ତେବେ ହିଜାବ ପିନ୍ଧି ପର୍ଣ୍ଣ ଶୁଟ କରିବା ପଛର ସତ୍ୟତା ସେ ସାକ୍ଷାତକାରରେ କହିଥିଲେ।

ମିୟା ତାଙ୍କ ପୁରୁଣା ଲାଇଫଷ୍ଟାଇଲ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଯଦି ଏହା ସମ୍ଭବ ହୋଇପାରନ୍ତା ତାହେଲେ ସେ ପଛକୁ ଯାଇ ନିହାତି ଏହି ଘଟଣା ବଦଳାଇବାକୁ ଉଦ୍ୟମ କରିଥାନ୍ତେ ବୋଲି କହିଛନ୍ତି।

ସାକ୍ଷାତକାରରେ ତାଙ୍କୁ ପଚାରାଯାଇଥିଲା ଯେ, ହିଜାବ ପିନ୍ଧି ଶୁଟିଂ କରିବା ସମୟରେ ଏହି ମାମଲାର ଧାର୍ମିକ ସମ୍ବେଦନଶୀଳତାର ଅନୁଭବ ତାଙ୍କର କାହିଁକି ହୋଇନଥିଲା। ଏନେଇ ସେ କହିଛନ୍ତି ଯେ, ସେ ନିଜକୁ ରକ୍ଷା କଲା ଭଳି କୌଣସି କଥା କହିବେ ନାହିଁ। ସେଟା କେବଳ ମଜାମସ୍ତିରେ ହୋଇଥିଲା ଯାହାକୁ ଏତେ ଗମ୍ଭୀରତା ଭାବେ ନେବା ଅନୁଚିତ୍ ବୋଲି ସେ କହିଛନ୍ତି।

ତାଙ୍କ ଅନୁସାରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ଅଧିକ ଆଶା ରଖିବା ଭୁଲ। ଏହି ଭିଡିଓ ଶୁଟ୍ କରିବା ସମୟରେ ମିୟା ଅନ୍ୟ ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ ଯେ, ଏଭଳି ଭିଡିଓରୁ ବିବାଦ ସୃଷ୍ଟି ହୋଇପାରେ। ହେଲେ ଭିଡିଓର ପ୍ରଯୋଜକଙ୍କୁ କୌଣସି ଫରକ ପଡିନଥିଲା।

ଶୁଟିଂ ପରେ ଯିଏ ଯାହାର ରାସ୍ତା ବାଛିଥିଲେ ହେଲେ ସବୁଠୁ ସମସ୍ୟାର ସାମ୍ନା ସେ କରିଥିଲେ। ସବୁଠୁ ଭୟଙ୍କର ଧମକ ଇସ୍ଲାମିକ୍ଷ୍ଟେଟ୍ରୁ ମିଳିଥିଲା। ଏହି ଭୟ ତାଙ୍କ ଛଡା ଆଉ କେହି ଅନୁଭବ କରିପାରିବେ ନାହିଁ।

ତାଙ୍କୁ ଜଣା ଥିଲା ଧମକ ଦେଉଥିବା ଲୋକ ଆତଙ୍କବାଦୀ ସହ ହାତ ମିଶାଇଥିଲେ କି ନାହିଁ। ମିଡଲ ଷ୍ଟେଟ୍ ଦେଶରେ ଏହି ଭିଡିଓ ବହୁତ ଲୋକ ଦେଖିଛନ୍ତି ବୋଲି ସେ କହିଛନ୍ତି। ସେଥିପାଇଁ ଏହି ଅଂଚଳରେ ତାଙ୍କ ଭିଡିଓକୁ ସବୁଠୁ ଅଧିକ ବିରୋଧ କରାଯାଇଥିଲା।