Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ବଢ଼ୁଥିବା ଜନସଂଖ୍ୟା ପାଇଁ ଭାରତକୁ ଘାରିଲା ଚିନ୍ତା : ମହିଳା ଏବଂ ନବଜାତ ଶିଶୁଙ୍କୁ ମିଳିପାରୁ ନାହିଁ ଆବଶ୍ୟକୀୟ ପୋଷକ ଏବଂ ଉପଯୁକ୍ତ ସ୍ବାସ୍ଥ୍ୟ ସେବା

11/07/2020 at 5:06 PM

ନୂଆଦିଲ୍ଲୀ ୧୧/୭: ବର୍ଦ୍ଧିତ ଜନସଂଖ୍ୟା ଏକ ଚିନ୍ତାର ବିଷୟ। ଯାହାକୁ ଦେଖି ବିଶ୍ବବ୍ୟାପି ପ୍ରତି ବର୍ଷ ଜୁଲାଇ ୧୧ତାରିଖରେ ବିଶ୍ବ ଜନସଂଖ୍ୟା ଦିବସ ପାଳନ କରାଯାଇଥାଏ। ଏହି ସମୟରେ ବିଶ୍ବ କରୋନା ଭାଇରସ୍ ମହାମାରୀ ସହ ଲଢ଼ୁଛି। Worldometers ଅନୁସାରେ ବିଶ୍ବର ମୋଟ ଜନସଂଖ୍ୟା ୭.୬ମିଲିୟନ ଅର୍ଥାତ୍ ୭୬୦କୋଟି। ବିଶ୍ବର ସବୁଠୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ। ଏହା ପରେ ଭାରତର ଜନସଂଖ୍ୟା ୧୩୫କୋଟି।

କରୋନା ମହାମାରୀ ଯୋଗୁଁ ମିଳିତ ଜାତିସଙ୍ଘ ମହିଳାଙ୍କ ସ୍ବାସ୍ଥ୍ୟ ଏବଂ ଅଧିକାରକୁ ଦେଖି ବିଶ୍ବ ଜନସଂଖ୍ୟା ଦିବସ ୨୦୨୦ର ଥିମ ରଖିଛନ୍ତି-‘କୋଭିଡ-୧୯ର ରୋକ : ମହିଳା ଏବଂ ଝିଅଙ୍କ ସ୍ବାସ୍ଥ୍ୟ ଏବଂ ଅଧିକାରର ସୁରକ୍ଷା କିପରି କରାଯିବ।’ ପ୍ରକୃତରେ ଏହି ରୋଗ କାରଣରୁ ମହିଳାଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏକ ରିପୋର୍ଟ ଅନୁଯାୟୀ ମହିଳା ଏବଂ ତାଙ୍କ ୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ଏବଂ ପୋଷକ ତତ୍ତ୍ବ ମିଳିପାରୁ ନାହିଁ।

୧୯୮୯ମସିହାରେ ବିଶ୍ବ ଜନସଂଖ୍ୟା ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ଲଗାତାର ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସଞ୍ଚାଳକ ପରିଷଦ ଦ୍ବାରା ଏହି ଦିନ ପାଳନ କରିବାର ନିଷ୍ପତ୍ତି ନିଆଯାଇଥିଲା। ସେବେଠୁ ପ୍ରତି ବର୍ଷ ଜୁଲାଇ ୧୧ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିନ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରି ବର୍ଦ୍ଧିତ ଜନସଂଖ୍ୟାକୁ ରୋକିବା ପାଇଁ ସଚେତନ କରାଯାଏ।

ବର୍ଦ୍ଧିତ ଜନସଂଖ୍ୟାକୁ ରୋକିବା ପାଇଁ ଲୋକଙ୍କୁ ଏହା ବିଷୟରେ ଜାଣି ରଖିବା ଆବଶ୍ୟକ। ତାଙ୍କୁ ଏହା କହିବାକୁ ପଡ଼ିବ ଯେ ବିଶ୍ବରେ ଲଗାତାର ବର୍ଦ୍ଧିତ ଜନସଂଖ୍ୟା ବହୁତ ବଡ଼ ସମସ୍ୟା ହୋଇପାରେ। ସ୍କୁଲ୍ ଏବଂ କଲେଜ ପିଲାଙ୍କୁ ଏବିଷୟରେ ସୂଚନା ଦିଆଯିବା ଆବଶ୍ୟକ। ୨୫ରୁ ୩୦ବର୍ଷ ବୟସ ମଧ୍ୟରେ ବିବାହ କରନ୍ତୁ। ଘର ଲୋକେ ତାଙ୍କୁ ୨ରୁ ଅଧିକ ସନ୍ତାନ ଜନ୍ମ ନ କରିବାକୁ ପରାମର୍ଶ ଦିଅନ୍ତୁ। ଏହା ସହିତ ଦୁଇ ଶିଶୁଙ୍କ ଜନ୍ମରେ ୫ବର୍ଷର ଅନ୍ତର ରଖନ୍ତୁ।

   Related Posts