Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା କାର୍ଟୁନ ସୋ ‘ଟମ୍ ଆଣ୍ଡ୍ ଜେରୀ’, ହସି ହସି ବେଦମ ହୁଅନ୍ତି ଦର୍ଶକ : ଜାଣନ୍ତୁ ଏହାର କିଛି ରୋଚକ କାହାଣୀ…

30/07/2021 at 5:39 PM

ନୂଆଦିଲ୍ଲୀ ୩୦/୦୭  : ଛୋଟ ବେଳେ କାର୍ଟୁନ ତ ସମସ୍ତେ ଦେଖନ୍ତି । ହେଲେ ଯେତେବେଳେ କାର୍ଟୁନ କଥା ଆସେ ସମସ୍ତେ ‘ଟମ୍ ଆଣ୍ଡ ଜେରୀ’ଙ୍କ କଥା ମନେ ପକାନ୍ତି । ସାଧାରଣତଃ ‘ଟମ୍ ଆଣ୍ଡ ଜେରୀ’ କାର୍ଟୁନ୍ ଟି ଏତେ ଲୋକପ୍ରିୟ ହୋଇ ସାରିଛି ଯେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ତାହାକୁ ଦେଖିବା ପାଇଁ ଆଗଭର। ଆଜି ବି ମଧ୍ୟ ‘ଟମ୍ ଆଣ୍ଡ ଜେରୀ’ ସେତିକି ପ୍ରସିଦ୍ଧ ହୋଇ ରହିଛି । 

 ‘ଟମ ଆଣ୍ଡ ଜେରୀ’ର ନିର୍ମାତା  ଜୋସେଫ୍ ବାରବରା ଓ ୱିଲିୟମ୍ ହାନା । ଏହି ଲୋକପ୍ରିୟ କାର୍ଟୁନ୍ ପ୍ରଥମ ଥର ୧୦ ଫେବୃୟାରୀ ୧୯୪୦ ମସିହାରେ ପ୍ରସାରିତ ହୋଇଥିଲା । ହେଲେ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ‘ଟମ୍ ଆଣ୍ଡ ଜେରୀ’ ଟେଲିକାଷ୍ଟର ପ୍ରଥମ ଏପିସୋଡରେ ଟମ୍ ର ନାମ ଜେସପର ଓ ଜେରୀର ନାମ ଜିଂକ୍ସ ଥିଲା । ତେବେ ସୂଚନା ଅନୁଯାୟୀ , ‘ଟମ୍ ଆଣ୍ଡ ଜେରୀ’ର ଜେସପର ଓ ଜିଂକ୍ସଙ୍କ ନାଁ ସେତେଟା ପସନ୍ଦ ଆସିନଥିଲା । ଯାହାଫଳରେ ସେମାନେ ଏହି କାର୍ଟୁନଙ୍କ ନାଁ ପରିବର୍ତ୍ତନ କରିବା ପାଇଁ  ଭାବିଥିଲେ । କୁହାଯାଉଛି କି ଜୋସେଫ୍ ବାରବରା ଓ ୱିଲିୟମ ହାନାଙ୍କ ଟିମ୍ ରେ କାମ କରୁଥିବା ଆନିମେଟର ଜନ କାର ନାମକ ଜଣେ ବ୍ୟକ୍ତି ‘ଟମ୍ ଆଣ୍ଡ ଜେରୀ’ର ନାମ ଦେଇଥିଲେ । ଯେଉଁଥି ପାଇଁ ତାଙ୍କୁ ସେତେବେଳେ ୫୦  ଡଲାରର ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା ।

ତେବେ ‘ଟମ୍ ଆଣ୍ଡ ଜେରୀ’ ସହ ଜଡିତ ଥିବା ଅନେକ ରୋଚକ ତଥ୍ୟ ରହିଛି । ଯେମିତିକି ପ୍ରଥମେ ’ଟମ୍ ଆଣ୍ଡ ଜେରୀ’ ଦୁହେଁ ଭଲ ବନ୍ଧୁ ବୋଲି ଦେଖାଯାଇଛି । କିନ୍ତୁ ଏହା ଦର୍ଶକଙ୍କୁ ବେଶ କିଛି ପସନ୍ଦ ଆସି ନଥିଲା । ଏହା ସହିତ ଦର୍ଶକମାନେ ନକାରାତ୍ମକ ଫିଡ୍ ବ୍ୟାକ୍ ଦେଇଥିଲେ । ଏହାପରେ ଉଭୟଙ୍କୁ ଭଲ ବନ୍ଧୁ ନୁହେଁ ବରଂ ଟମ୍‌ ଆଣ୍ଡ୍‌ ଜେରୀଙ୍କୁ ସ୍କ୍ରିନ ଉପ​‌ରେ ଝଗଡା କରୁଥିବାରୁ ଦେଖିବାକୁ ଚାହାଁନ୍ତି ବୋଲି ଦର୍ଶକମାନେ ମତାମତ ଦେଇଥିଲେ । ଏହାପରେ ନିର୍ମାତା ମଧ୍ୟ  ‘ଟମ୍ ଆଣ୍ଡ ଜେରୀ’ ଙ୍କୁ ଆଗାମୀ ଏପିସୋଡରେ  ଲଢେଇ ଝଗଡା କରୁଥିବାର  ଦେଖେଇବା ହିଁ ଠିକ୍ ହେବ ବୋଲି ଭାବିଥିଲେ । ଏହା ସହ ସେ ଆରମ୍ଭ ହୋଇଯାଇଥିଲା ଟମ୍‌ ଆଣ୍ଡ୍‌ ଜେରୀର ନୂଆ ସୋ । ଯାହକି ସମୟ କ୍ରମେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । କହିବାକୁ ଗଲେ ‘ଟମ୍  ଆଣ୍ଡ ଜେରୀ’ ଏତେ ଲୋକପ୍ରିୟ ହୋଇଥିଲା ଯେ ନାସାର ଦୁଇଟି ସାଟେଲାଇଟ୍ ର ନାଁକୁ ‘ଟମ୍ ଆଣ୍ଡ ଜେରୀ’ ରଖାଯାଇଥିଲା ।

   Related Posts