ଅଗଷ୍ଟ ଶେଷ ରବିବାର ଦେଶବାସୀଙ୍କ ସହ ‘ମନକି ବାତ’ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ଶେଷ ରବିବାର ଅର୍ଥାତ ୩୦ ତାରିଖରେ ତାଙ୍କର ‘ମନ କି ବାତ୍‌’ କରିବେ। ପୂର୍ବାହ୍ନ ୧୧ଟା ବେଳେ ଏହି ଲୋକପ୍ରୀୟ ବେତାର କାର୍ଯ୍ୟକ୍ରମର ୬୮ତମ ଶୃଙ୍ଖଳ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମ ଆକାଶ ବାଣିର ସମସ୍ତ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥାଏ। ଏହା ଛଡା ଦୂରଦର୍ଶନରେ ମଧ୍ୟ ଦେଖାଯାଏ।

ମନ କି ବାତ୍‌ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ୍‌ କରିସାରିଛନ୍ତି। ପ୍ରସଙ୍ଗନେଇ ଜନତାଙ୍କ  ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ। ଏଥିରେ ଦେଶବାସୀଙ୍କୁ ମାଇଁ ଜିଓଭି ଆପ୍‌ ଅଥବା ଟୋଲ ଫ୍ରି ନମ୍ବର ୧୮୦୦-୧୧-୭୮୦୦ରେ ୨୯ ଅଗଷ୍ଟ ରାତି ୧୧ଟା ୪୫ ମିନିଟ୍‌ ମଧ୍ୟରେ ଦେଇପାରିବେ ବୋଲି ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେବା ଦିନରୁ ଦେଶରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏଥିରେ ପ୍ରଧନମନ୍ତ୍ରୀ ନାଗରିକଙ୍କ ମତାମତ ଗ୍ରହଣ କରିବା ସହ ନିଜର ମନର କଥା ବି କହିଥାନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମଧ୍ୟ ଦେଶବାସୀ ବେଶ୍ ଆଗ୍ରହର ସହ ପାଳନ କରନ୍ତି। ଦେଶ ଏବେ କରୋନା ଭାଇରସ ମହାମାରୀ ବିରୋଧରେ ସଂଗ୍ରାମ କରୁଛି। ଭୂତାଣୁ ମୁକାବିଲା ଲାଗି ସରକାର ଲକଡାଉନ୍‌କୁ ଅସ୍ତ୍ର କରିଥିଲେ। ତେବେ ଲକଡାଉନ୍‌ ପରବର୍ତ୍ତି ଅନଲକ୍‌ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ପ୍ରସଙ୍ଗ ହୋଇପାରେ ବୋଲି ଅନୁମାନ କରଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.