ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ରାଜ୍ୟରେ ଥିବା ଲୋକପ୍ରିୟ ହସ୍ପିଟାଲ ଓ ଡାକ୍ତରଙ୍କୁ ସମ୍ମାନିତ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ଟାଇମ୍ସ ଅଫ୍ ଇଣ୍ଡିଆ  ଗ୍ରୁପ୍ ପକ୍ଷରୁ ରାଜ୍ୟର ନାଁ କରା ହସ୍ପିଟାଲ ଓ ଡାକ୍ତରଙ୍କୁ  ଟାଇମ୍ସ ହେଲଥ୍ ଆଇକନସ୍ ପୁରସ୍କାର ପ୍ରଦାନ କରାଯାଇଛି ।  ଏହି କ୍ରମରେ ଭୁବନେଶ୍ବର  ଆଇଏମଏସ ଆଣ୍ଡ  ସମ୍ ହସ୍ପିଟାଲର ୬ଟି ବିଭାଗକୁ  ପୁରଷ୍କୃତ କରାଯିବା ସହ  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଂଜନ ନାୟକଙ୍କୁ  ସ୍ବ୍ୟାସ୍ଥ୍ୟ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ଉଲେଖନୀୟ ଅବେଦାନ ପାଇଂ  ସାର୍ଟିଫିକେଟ୍ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଛି।

ଦୈନିକ  ଇଂରାଜି ଖବର କାଗଜ ଟାଇମ୍ସ ଅଫ୍ ଇଂଡ଼ିଆ ଗ୍ରୁପ୍  ପକ୍ଷରୁ  ୨୦୧୯ ମସିହାରେ  ନିରନ୍ତର  ରାଜ୍ୟବାସୀଙ୍କୁ   ଉତ୍ତମ ସେବା ଯୋଗାଉଥିବା   ହସ୍ପିଟାଲ ଓ ଡାକ୍ତରଙ୍କୁ   ପୁରସ୍କୃତ କରାଯାଇଛି ।  ଭୁବନେଶ୍ବର ସ୍ଥିତ  ଆଇଏମଏସ ସମ୍  ହସ୍ପିଟାଲର ୬ ଟି ବିଭାଗ  ଟାଇମ୍ସ ହେଲଥ୍ ଆଇକନସ୍ ପୁରଷ୍କାର ପାଇଛନ୍ତି ।  ସେହିପରି ରାଜ୍ୟବାସୀଙ୍କୁ ନିରନ୍ତର ଉତ୍ତମ ସ୍ବାସ୍ଥ୍ୟ ,ଶିକ୍ଷା  ଯୋଗାଇଥିବା  ସମ୍ ହସ୍ପିଟାଲର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଂଜନ ନାୟକଙ୍କୁ  ଟାଇମସ ଗ୍ରୁପ ପକ୍ଷରୁ ଉଲ୍ଲେଖନୀୟ ସେବା ପାଇଁ  ସାର୍ଟିଫିକେଟ ଅଫ୍ ଅନର ପ୍ରଦାନ କରାଯାଇଛି ।  ଏହାସହ  ସମ୍ ହସପିଟାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗର ଡ଼ାକ୍ତର ମନୋଜ କୁମାର ସାହୁ, ନବଜାତ ଶିଶୁ ରୋଗ ବିଭାଗର   ଡ଼ାକ୍ତର ଜଗଦିଶ୍ ପ୍ରସାଦ ଦାଶଙ୍କୁ ମଧ୍ୟ ଏନେଇ ପୁରଷ୍କାରପ୍ରଦାନ କରାଯାଇଛି ।

ସେହିପରି  ସମ୍ ହସପିଟାଲର  ଅଙ୍କୋଲୋଜି, ରେଡ଼ିଓଲୋଜି, ହେମାଟୋଲୋଜି ବିଭାଗକୁ ପୁରଷ୍କୃତ କରାଯାଇଛି ।  ଅଙ୍କୋଲୋଜି ବିଭାଗରେ  ସୌମ୍ୟସୁରଥ ପଣ୍ଡା , ରେଡ଼ିଓଲୋଜି ବିଭାଗରେ  ସତ୍ୟ ସୁନ୍ଦର ଗଜେନ୍ଦ୍ର ଏବଂ ହେମାଟୋଲୋଜି ବିଭାଗର ରାଜେଶ ଭୋଳଙ୍କୁ ଟାଇମ୍ସ ହେଲଥ୍ ଆଇକନ ପୁରଷ୍କାର ମିଳିଛି । 

କାର୍ଯ୍ୟକ୍ରମକୁ ମାରୁତି ସୁଜୁକି ଆୟୋଜନ କରିଥିବା ବେଳେ ଟାଇମ୍ଦ ଗ୍ରୁପ୍ ପୁରଷ୍କାର ପ୍ରଦାନ କରିଥିଲା । କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସମତେ ବଲିଓଡ଼ ଆକ୍ଟର ସୋନୁ ସୁଦ ପ୍ରମୁଖ ଯୋଗ ଦେଇ  ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.