ବଡ ବଡ କଳାକାରଙ୍କ ଭଳି ରୋଜଗାର କରନ୍ତି ଏହି ଶିଶୁ କଳାକାର: କମ୍ ବୟସରେ ହୋଇଛନ୍ତି ଲକ୍ଷପତି
14/01/2021 at 1:21 PM

ମୁମ୍ବାଇ ୧୪/୦୧ : ଟିଭିରେ ଏବଂ ଫିଲ୍ମରେ କାମ କରୁଥିବା ଶିଶୁ କଳାକାରଙ୍କ ରୋଜଗାର କୌଣସି ବଡ ବଡ କଳାକାରଙ୍କ ଠାରୁ କମ ନୁହେଁ। ଜାଣନ୍ତୁ କିଛି ଶିଶୁ କଳାକାରଙ୍କ ରୋଜଗାର ସମ୍ପର୍କରେ ଯେଉଁମାନଙ୍କୁ ଆପଣ ଫିଲ୍ମରେ ଦେଖିଛନ୍ତି।

ବଲିଉଡ ଫିଲ୍ମ ବଜରଙ୍ଗୀ ଭାଇଜାନରେ ସଲମାନ ଖାନଙ୍କ ସହ ନଜର ଆସିଥିବା ଶିଶୁ କଳାକାର ହର୍ଷାଲି ମଲହୋତ୍ରା ଏହି ଫିଲ୍ମ ପାଇଁ ୨-୩ ଲକ୍ଷ ଟଙ୍କା ଚାର୍ଜ କରିଥିଲେ। ସେତେବେଳେ ତାଙ୍କ ବୟସ ୭ ବର୍ଷ ଥିଲା। ହର୍ଷାଲିଙ୍କ ମ୍ୟାନେଜର ତାଙ୍କ ମା। ସବୁ କାମ ସେ ହିଁ ବୁଝନ୍ତି। ଏହି ଫିଲ୍ମ ପରେ ହର୍ଷାଲିଙ୍କ ଲୋକପ୍ରିୟତା ବହୁତ ବଢି ଯାଇଥିଲା।

ଫିଲ୍ମ I Am Kalam ରେ ଲୋକପ୍ରିୟ ହୋଇଥିବା ହର୍ଷ ମୟର ଏହି ଫିଲ୍ମ ପାଇଁ ଲକ୍ଷେ ଟଙ୍କା ନେଇଥିଲେ | ଏହି ଫିଲ୍ମ ସୁଟିଂ ପାଖାପାଖି ୨୧ ଦିନ ହୋଇଥିଲା। ଏହାପରେ ଏହି ଶିଶୁ କଳାକାର ରାଣୀ ମୁଖାର୍ଜୀଙ୍କ ‘ହିଚକି’ ସହିତ ଅନେକ ଫିଲ୍ମରେ ନଜର ଆସିଛନ୍ତି।

ପିଜ୍ଜା ଓ ରକି ହ୍ୟାଣ୍ଡସମ ଭଳି ଫିଲ୍ମରେ ନଜର ଆସିଥିବା ଶିଶୁ କଳାକାର ଦିୟା ଚାଲବାଡ ଗୋଟିଏ ଦିନ ସୁଟିଂ ପାଇଁ ପାଖାପାଖି ୨୫ ହଜାର ଟଙ୍କା ଚାର୍ଜ କରନ୍ତି। ତାଙ୍କ ପାଖରେ ଅନେକ ବିଜ୍ଞାପନ ଅଫର ମଧ୍ୟ ଅଛି। ବିଜ୍ଞାପନ ପାଇଁ ସେ ୫୦ ରୁ ୬୦ ହଜାର ଟଙ୍କା ନିଅନ୍ତି।

ମିଖାଇଲ ଗାନ୍ଧୀଙ୍କୁ ତ ନିଶ୍ଚୟ ଜାଣିଥିବେ। ସଚିନ ତେନ୍ଦୁଲକରଙ୍କ ଵାୟୋପିକରେ ଶିଶୁ ସଚିନଙ୍କ ଚରିତ୍ର କରିଥିଲେ ମିଖାଇଲ। ତେବେ ଏହି ଫିଲ୍ମ ପାଇଁ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ତାହା ଜଣାପଡିନାହିଁ। କିନ୍ତୁ ଏହି ଫିଲ୍ମ ପାଇଁ ୩୦୦ ଶିଶୁ କଳାକାରଙ୍କ ଅଡିସନ ନିଆଯାଇଥିଲା ଓ ୩୦୦ ଶିଶୁଙ୍କୁ ମଧ୍ୟରୁ ତାଙ୍କୁ ବଛାଯାଇଥିଲା। ମିଖାଇଲ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ସେଥିରୁ ଆପଣ ଅନ୍ଦାଜା ଲଗାଇ ପାରୁଥିବେ ସେ କେତେ ରୋଜଗାର କରୁଥିବେ।

ଆଉ ଜଣେ ଶିଶୁ କଳାକାର ହେଲେ ଦର୍ଶିଲ କୁମାର। ସେ ବ୍ରଦର୍ସ, ଢିସୁମ୍, ପ୍ରେମ୍ ରତନ୍ ଧନ୍ ପାୟୋ ଭଳି ଫିଲ୍ମରେ ନଜର ଆସିଛନ୍ତି। ଫିଲ୍ମ ପ୍ରେମ ରତନ ଧନ ପାୟୋ ପାଇଁ ଦର୍ଶିଲଙ୍କୁ ସୁଟିଂ ସମୟରେ ଦୈନିକ ୩୦ ହଜାର ଟଙ୍କା ମିଳୁଥିଲା। ଏହି ଫିଲ୍ମ ପାଇଁ ସେ ୬ ଦିନ ସୁଟିଂ କରିଥିଲେ।

ଆଉ ଜଣେ ଲୋକପ୍ରିୟ ଶିଶୁ କଳାକାର ହେଲେ ସାରା ଅର୍ଜୁନ। ତାଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ସହ ଫିଲ୍ମ ଜଜ୍ବାରେ ଦେଖିବାକୁ ମିଳିଥିଲା। ସେ ହଲିଉଡ଼ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ସାରାଙ୍କ ରୋଜଗାର ମଧ୍ୟ ଡ଼ିସକ୍ଲୋଜ କରାଯାଇନାହିଁ। କିନ୍ତୁ ତାଙ୍କ ପାଖରେ ନୀଯତା ଭ୍ୟାନିଟି ଭ୍ୟାନ୍ ଅଛି। ଏଥିରୁ ତାଙ୍କ ରୋଜଗାର କେତେ ହୋଇଥିବା ଆପଣ ଅନୁମାନ କରିପାରୁଥିବେ।