ପୋପ୍ ଫ୍ରାନ୍ସିସଙ୍କ ଅଜବ ତର୍କ, କହିଲେ- ସେକ୍ସ ‘ଦିବ୍ୟ’ ଆନନ୍ଦ ଦେଇଥାଏ, ଯାହା ଈଶ୍ଵରଙ୍କ ପାଖକୁ ପହଞ୍ଚାଇଥାଏ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨।୦୯: ପୋପ‌୍ ଫ୍ରାନ୍ସିସ୍‌ ଅଜବ ଦାବି କରି କହିଛନ୍ତି ସେକ୍ସ ଓ ଭୋଜନ ଏମିତି ଦୁଇଟି ଜିନିଷ ଯାହା ଦିବ୍ୟ ଆନନ୍ଦ ପ୍ରଦାନ କରିଥାଏ ଏବଂ ଏହା ସିଧା ସଳଖ ଈଶ୍ଵରଙ୍କ ନିକଟକୁ ପହଞ୍ଚାଇଥାଏ। କ୍ୟାଥୋଲିକ ଚର୍ଚ୍ଚର ପ୍ରଗତିଶୀଳ ଧର୍ମଗୁରୁଙ୍କ ମଧ୍ୟରୁ ଜଣେ ପୋପ ଫ୍ରାନ୍ସିସ୍ ଏହି କଥା ଲେଖକ କାର୍ଲୋ ପୋଟ୍ରିନିଙ୍କ ପୁସ୍ତକ TerraFutura ପାଇଁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ସେ ଭୋଜନ ଓ ସେକ୍ସ ଉପରେ ଚର୍ଚ୍ଚର ଅତୀତ ଉପରେ ରଖାଯାଇଥିବା ବିଚାରକୁ ଘୋର ନିନ୍ଦା କରିଛନ୍ତି।

ପୋପ ଫ୍ରାନ୍ସିସ କହିଛନ୍ତି ଖାଦ୍ୟର ଆନନ୍ଦ ଆପଣଙ୍କୁ ସୁସ୍ଥ ରଖିଥାଏ। ଠିକ୍ ସେହି ପରି ଯୌନ ସୁଖ ଭଲ ପାଇବାକୁ ଆହୁରି ସୁନ୍ଦର କରିଥାଏ। ସେ ଏହା ମଧ୍ୟ କହିଛନ୍ତି ଏହାର ବୀପରିତ ବିଚାର ମଣିଷକୁ ବହୁତ କ୍ଷତି ଦେଇଛି, ଯାହା ଆଜି ମଧ୍ୟ ଏହାକୁ ଅନୁଭବ କରାଯାଇ ପାରିବ। ସେ କହିଛନ୍ତି ଖାଦ୍ୟର ଆନନ୍ଦ ଓ ଯୌନ ସୁଖ ଈଶ୍ଵରଙ୍କ ପାଖରେ ପହଞ୍ଚାଇଥାଏ।

ପୋପ ଫ୍ରାନ୍ସିସଙ୍କ ସେକ୍ସ ପ୍ରତି ଦୃଷ୍ଟିକୋଣ ଧିରେ ଧିରେ ବିକଶିତ ହେବାରେ ଲାଗିଛି। ୨୦୧୬ରେ ସେ ସେକ୍ସର ଆନନ୍ଦକୁ ସ୍ଵୀକାର କରିଥିଲେ ଏବଂ କହିଥିଲେ ବିବାହିତ ଦମ୍ପତ୍ତିଙ୍କୁ ନିଜର ବୈବାହିକ ଜୀବନରେ ଏହି ଆନନ୍ଦକୁ ଜାରି ରଖିବା ଆବଶ୍ୟକ। ୨୦୧୮ରେ ସେ ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସେକ୍ସକୁ ଭାବୁକ ପ୍ରେମର ସଙ୍କେତ ଦେଇଥିଲେ।

ସମଗ୍ର ଦୁନିଆରେ ୧.୩ ବିଲିୟନ କ୍ୟାଥୋଲିକଙ୍କ ଧର୍ମ ଗୁରୁ ଫ୍ରାନ୍ସିସ ଆନନ୍ଦ ଉପରେ ନିଜର ବାର୍ତ୍ତାକୁ ବାଖ୍ୟା  କରି ୧୯୮୭ର ଡିନେଶ ଫିଲ୍ମ ‘ବ୍ୟାବେଟ୍ସ ଫେଷ୍ଟ’କୁ ଗୁଣୁଗୁଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.