Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

‘ହାଗିୟା ସୋଫିୟା’ କୁ ନେଇ ବଢିଲା ବିବାଦ, ସଂଗ୍ରହାଳୟର ମସଜିଦ୍ ରୂପାନ୍ତରଣକୁ ପୋପ୍‌ଙ୍କ ବିରୋଧ

12/07/2020 at 5:08 PM

ଭଟିକାନସିଟି : ତୁର୍କିର ହାଗିୟା ସୋଫିୟା ମ୍ୟୁଜିୟମକୁ ମସଜିଦ୍‌ରେ ରୂପାନ୍ତରଣକୁ ନେଇ ପୋପ୍‌ ଫ୍ରାନ୍ସିସ୍‌ ଦୁଃଖ ବ୍ୟକ୍ତ କରିଛନ୍ତି। ଏ ନେଇ ତୁର୍କ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସେ ବିରୋଧ କରୁଥିବାର ରବିବାର କହିଛନ୍ତି। ଇସ୍ତାନାବୁଲର ଏହି ପ୍ରଶିଦ୍ଧ ସଂଗ୍ରହାଳୟର ମସଜିଦ ରୂପାନ୍ତରଣକୁ ସେ ନିନ୍ଦା ମଧ୍ୟ କରିଛନ୍ତି। ସେ ସାନ୍ତା ସୋଫିୟାଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ ମୋର ବିଚାର ଇସ୍ତାନାବୁଲକୁ ମନେ ପକାଉଛି ଓ  ନିଷ୍ପତ୍ତି ମୋ ଲାଗି ୟନ୍ତ୍ରଣାଦାୟକ ହେଉଛି।

ତୁର୍କି ରାଷ୍ଟ୍ରପତି ରେସପ୍ ତୈୟପ୍ ଏର୍ଡୋଗାନ୍ ମସଜିଦ୍‌ ରୂପେ ନମାଜ ପାଠ ଲାଗି ହାଗିୟା ସୋଫିଆକୁ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତୁର୍କିରେ ୧୭ ବର୍ଷର ଶାସନ କାଳରେ ଏର୍ଡୋଗାନ କେବଳ ଇସ୍ଲାମକୁ ତୁର୍କ ରାଜନୀତିର ମୁଖ୍ୟଧାରାରେ ସାମିଲ କରିବା ଲାଗି ହିଁ କାର୍ଯ୍ୟ କରିଛନ୍ତି। ଏଣୁ ଦେଶରେ ମୌଳବାଦର ବୃଦ୍ଧି ହୋଇଥିବା ବେଳେ ଅସ୍ଥିରତା ବୃଦ୍ଧିର କାରଣ ପାଲଟିଛି।

ତୁର୍କିର ଏକ କୋର୍ଟ ୧୯୩୪ରେ ତତ୍କାଳୀନ ସରକାର ହାଗିୟା ସୋଫିଆକୁ ସଂଗ୍ରହାଳୟରେ ପରିବର୍ତ୍ତିତ କରିବା ଲାଗି ନେଇଥିବା ନିଷ୍ପତ୍ତିକୁ ତ୍ରୁଟିପୂର୍ଣ୍ଣ ଓ ବେଆଇନ ବୋଲି କହିଛନ୍ତି।  କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପରେ ପ୍ରାୟ ୧ ହଜାର ବର୍ଷ ଧରି ଗିର୍ଜା ଭାବେ ବ୍ୟବହୃତ ହୋଇ ଆସୁଥିବା ଏହି ଭବ୍ୟ ଭବନକୁ ଏବେ ମସଜିଦ୍‌ରେ ରୂପାନ୍ତରିତ କରିଦିଆଯାଇଛି।

   Related Posts