Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବିକିନି ପିନ୍ଧା ମଡେଲ୍‌ ପାଇଁ ପୋପ୍‌ ଅଡ଼ୁଆରେ: ଫଟୋକୁ ଲାଇକ୍‌ କରିଥିଲେ, ଭଟିକାନ୍‌ ମାଗିଲା ସ୍ପଷ୍ଟୀକରଣ

20/11/2020 at 4:37 PM

ଭଟିକାନ୍‌ ୨୦/୧୧: ବିକିନି ପିନ୍ଧା ମଡେଲଙ୍କୁ ଇନ୍‌ଷ୍ଟାଗ୍ରାମରେ ଲାଇକ୍‌ କରି ହରଡ଼ ଘଣାରେ ପୋପ୍‌ ଫ୍ରାନ୍ସିସ୍‌। ବ୍ରାଜିଲର ଏହି ମଡେଲ୍‌ଙ୍କ ଫଟୋ ଲାଇକ୍‌ କରିଥିବା ପୋପ୍‌ ଫ୍ରାନ୍ସିସ୍‌ଙ୍କୁ ନେଇ ପ୍ରଶ୍ନ ଉଠାଇଛି ଭଟିକାନ୍‌ । ଏଭଳି କେମିତି ହେଲା ପ୍ରଶ୍ନ କରିବା ସହ ଭଟିକାନ୍‌  ସ୍ପଷ୍ଟୀକରଣ ମଧ୍ୟ ମାଗିଛି।

ମିଳିଥିବା ରିପୋର୍ଟ ଅନୁସାରେ, ବ୍ରାଜିଲ୍‌ ମଡେଲ୍‌ଙ୍କ ଫଟୋକୁ କିଭଳି ପୋପ୍‌ ଫ୍ରାନ୍ସିସ୍‌ଙ୍କ ଆକାଉଣ୍ଟରୁ ଲାଇକ୍‌ କରାଗଲା ସେନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଏକ ଟିମ୍‌ ହ୍ୟାଣ୍ଡେଲ୍‌ କରୁଛି। ଯେଉଁଥରେ ଅନେକ ସଦସ୍ୟ ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ି ନାହିଁ ଯେ, କେବେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ପ୍ରକୃତରେ କେବେ ଲାଇକ୍‌ କରାଯାଇଛି। ୧୩ ନଭେମ୍ବରରେ ମଡେଲ୍‌ଙ୍କ ଫଟୋକୁ ଲାଇକ୍‌ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ପରେ ଅନ୍‌ଲାଇକ୍‌ କରାଯାଇଥିବା ଜଣାପଡ଼ିଛି।  

   Related Posts