ନୂଆଦିଲ୍ଲୀ ୨୪/୧୨ : ସୋସିଆଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର୍ ହୋଇଥାଏ ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥାଏ | ପୁଣି ସେମିତି ଏକ ବିବାଦୀୟ ପୋଷ୍ଟ ଭାଇରାଲ୍ ହୋଇଛି। ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଏହି ପୋଷ୍ଟ ସାରା ଦୁନିଆରେ ହଙ୍ଗାମା ମଚେଇ ଦେଇଛି।
{"id":382118,"sizeSlug":"large","linkDestination":"none"}ଈସାଈ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଅଫିସିଆଲ ଆକାଉଣ୍ଟରୁ ଏକ ମଡେଲଙ୍କ ଫଟୋ ଲାଇକ ହୋଇଛି। ମଡେଲ୍ ପୋପଙ୍କ ଆକାଉଣ୍ଟରୁ ଏହି ଲାଇକର ସ୍କ୍ରିନସର୍ଟ ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି। ପୋପ୍ ମଡେଲଙ୍କ ଏକ ବିକିନି ପିନ୍ଧା ଫଟୋ ଲାଇକ୍ କରିଛନ୍ତି।
{"id":382116,"sizeSlug":"large","linkDestination":"none"}ପୋପ୍ ଫ୍ରାନ୍ସିସ ଯେଉଁ ମଡେଲଙ୍କ ବିକିନି ଫଟୋ ଲାଇକ କରିଛନ୍ତି ସେ ମଡେଲ୍ ହେଲେ ମାର୍ଗେଟ୍ ଫକ୍ସ। ପୋପ୍ ଫ୍ରାନ୍ସିସ ମଡେଲଙ୍କ ଯେଉଁ ଫଟୋକୁ ଲାଇକ୍ କରିଛନ୍ତି ସେଥିରେ ସେ ଏକ ବ୍ଲାକ୍ ସ୍ୱିମସୁଟ୍ ପିନ୍ଧିଛନ୍ତି। ପୋପ୍ ଲାଇକ କରିଥିବା ସେହି ପୋଷ୍ଟକୁ ମାର୍ଗେଟ୍ ନିଜ ଆକାଉଣ୍ଟର ସେହି ସ୍କ୍ରିନସର୍ଟକୁ ଟ୍ୱିଟରରେ ସେୟାର କରିଛନ୍ତି। ସ୍କ୍ରିନସର୍ଟ ସେୟାର କରି ମାର୍ଗେଟ୍ ଲେଖିଛନ୍ତି, 'ଏମାନେ ମୋ ଫଟୋ ଲାଇକ୍ କରିଛନ୍ତି।' ମାର୍ଗେଟ୍ ପୋଷ୍ଟ ସେୟାର କରିବା ପରେ ତାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି।
ସୂଚନାଯୋଗ୍ୟ ଯେ, ପୋପ ଫ୍ରାନ୍ସିସ ବ୍ରାଜିଲର ଜଣେ ବିକିନି ମଡେଲ୍ ନତାଲିୟାଙ୍କ ଷ୍ଟକିଙ୍ଗ୍ସ ଓ ସସ୍ପେଣ୍ଡର୍ସ ପିନ୍ଧିଥିବା ଫଟୋ ଲାଇକ କରିଥିଲେ। ପୋପ୍ ଲାଇକ୍ କରିବା ପରେ ମଡେଲ ଲେଖିଥିଲେ, 'ପୋପ୍ ମୋ ଫଟୋକୁ ଲାଇକ୍ କରିଛନ୍ତି ମାନେ ମୁଁ ସ୍ୱର୍ଗକୁ ଯିବି !'