Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

୧୧ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା : ପ୍ରସିଦ୍ଧ ଗାୟିକାଙ୍କ ଭାଇଙ୍କୁ ୨୫ବର୍ଷ ଜେଲ୍

29/01/2020 at 4:13 PM

ନୂଆଦିଲ୍ଲୀ ୨୯/୧: ଆନ୍ତର୍ଜାତୀୟ ପପ୍ ସିଙ୍ଗର୍ ଏବଂ ରାପର ନିକ୍କି ମିନାଜଙ୍କ ଭାଇ ଜେଲାନି ମିନାଜଙ୍କ ବିରୋଧରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗ ରହିଛି। ଜେଲାନିଙ୍କୁ ଏହି ମାମଲାରେ ୨୫ବର୍ଷର ଦଣ୍ଡ ଶୁଣାଯାଇଛି। ନ୍ୟୁୟର୍କର ବିଚାରପତି ତାଙ୍କର ଏହି ମାମଲାକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜେଲାନି ତାଙ୍କ ଝିଅର ଭବିଷ୍ୟତ ବରବାଦ କରି ଦେଇଛନ୍ତି।

୧୧ବର୍ଷ ବୟସ୍କା ପୀଡ଼ିତା କହିଛନ୍ତି-‘ ସେ ମୋତେ ଧମକ ଦେଇଥିଲେ ଯେ ଯଦି ଏହା ବିଷୟରେ ସେ କାହାକୁ କୁହନ୍ତି ତେବେ ତାଙ୍କୁ ମାଙ୍କଠୁ ଅଲଗା କରିଦେବେ। ପୀଡ଼ିତା ଏତେ ମାତ୍ରାରେ ଚିନ୍ତାଗ୍ରସ୍ତ ଥିଲେ ଯେ ତାଙ୍କ ମନରେ ଆତ୍ମହତ୍ୟା ଚିନ୍ତାଧାରା ଆସିଥିଲା। ତାଙ୍କ ସହ ସପାହରେ ୪ଥର ଏବଂ ବେଳେବେଳେ ଦିନକୁ ଦୁଇ ଥର ଯୌନ ଶୋଷଣ ହେଉଥିଲା।

୨୦୧୭ମସିହାରେ ଜେଲାନିଙ୍କୁ ନାବାଳିକା ଯୌନ ନିର୍ଯାତନା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ନିକ୍କି ନିଜ ଭାଇଙ୍କୁ ଜାମିନରେ ଆଣିଥିଲେ। ଜେଲାନିଙ୍କ ଆଟର୍ଣ୍ଣି ଦଣ୍ଡକୁ କମ୍ କରି ୧୦ବର୍ଷ କରିବାକୁ ଦାବି କରିଛନ୍ତି ଏବଂ ସେ କହିଛନ୍ତି ଯେ ସେ ଏହି ମାମଲାରେ ବିଚାରପତିଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ। ଜେଲାନି କହିଥିଲେ ଯେ ସେ ମଦ ଆସକ୍ତ ହୋଇଥିଲେ। ଏହା ବ୍ୟତୀତ ତାଙ୍କ ଆଟର୍ଣ୍ଣି କହିଛନ୍ତି ଯେ ସେ ହାଇପୋଥର୍ମିଆ ଏବଂ ଆନିମିଆ ଭଳି ସମସ୍ୟା ଭୋଗୁଥିଲେ। ନିକ୍କି ମିନାଜଙ୍କ ଏହି ମାମଲାରେ କୌଣସି ପ୍ରତିକ୍ରିୟା ସାମନାକୁ ଆସିନାହିଁ।

ନିକ୍କିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ଯଦି ସେ ଗତ ବର୍ଷ କେନେଥ ପେଟିଙ୍କୁ ଲୁଚିଛପି ବିବାହ କରିଥିଲେ। ନିକ୍କି ନିଜର ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏକ ଭିଡିଓ ସେୟାର କରିଥିଲେ ଯାହା ଦ୍ବାରା ଏହା ଜଣା ପଡ଼ିଯାଇଥିଲା ଯେ ସେ ଗୁପଚୁପ୍ ବିବାହ କରିଥିଲେ। କେବଳ ଏତିକି ନୁହେଁ ନିକ୍କି ନିଜ ଟ୍ବିଟର ହ୍ୟାଣ୍ଡେଲର ନାଁ ମଧ୍ୟ ମିସେସ୍ ପେଟି କରିଥିଲେ। ଆନାକୋଣ୍ଡା ଗୀତରୁ ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିବା ନିକ୍କି ନିଜ ମ୍ୟୁଜିକ୍ ଆଲବମ୍ ଏବଂ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରୁହନ୍ତି।

   Related Posts