Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା କଷଣ: ମହାମାରୀରେ କାମଧନ୍ଧା ହରାଇଛନ୍ତି ଅଧିକାଂଶ ଗରିବ ଭାରତୀୟ ମହିଳା, ମୁଠାଏ ଦାନା ପାଇଁ ହନ୍ତସନ୍ତ

5/07/2021 at 10:04 PM

ନୂଆଦିଲ୍ଲୀ ୫/୦୭: କରୋନା ମହାମାରୀ ଗରିବଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ଲୋକେ ବାଧ୍ୟ ହେଉଛନ୍ତି । କିନ୍ତୁ ମହାମାରୀରେ ବିଶେଷ କରି ଗରିବ ପୁରଷଙ୍କ ତୁଳନାରେ ଅଧିକ  ମହିଳା  କାମଧନ୍ଦା ହରାଇଛନ୍ତି। ଏପରିକି କରୋନା କାଳରେ ଗରିବ ମହିଳାମାନେ କେବଳ ନିଜର ଜୀବନ ବଞ୍ଚାଇବା ପାଇଁ ଖାଇଛନ୍ତି। ନା ପାଖରେ କାମଧନ୍ଧା ଅଛି ନା ପେଟପୂରା ଖାଇବାକୁ ଗଣ୍ଡେ ମିଳୁଛି, ଏମିତି ଭାବେ ଜୀବନ ଅତିବାହିତ କରୁଛନ୍ତି ଗରିବ ମହିଳା। ଏନେଇ କନସଲ୍ଟିଂ ଫାର୍ମ ଡାଲବର୍ଗ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସେମାନେ କରୋନାର ପ୍ରଥମ ଲହର ପରେ ପୁଣି ଥରେ ଚାକିରୀଟିଏ ପାଇବାକୁ ଚେଷ୍ଟା କରୁଛନ୍ତି । ଏ ରିପୋର୍ଟ ଗତବର୍ଷ ମାର୍ଚ୍ଚ-ଅକ୍ଟୋବର ମଧ୍ୟରେ ମିଳିଛି। ତଥ୍ୟ କହୁଛି, ୧୦ ଜଣରୁ ଜଣେ ମହିଳା କମ୍‌ ଖାଇ ଜୀବନ କାଟିଥିବା ବେଳେ ୧୬ ପ୍ରତିଶତ ମହିଳା ସାନିଟାରି ପ୍ୟାଡ କଣିବାକୁ ଅସମର୍ଥ ଥିଲେ । ଏହା ସହ କରୋନା ସମୟରେ ସ୍ବାସ୍ଥ୍ୟବସ୍ଥା ଉପରେ ଜୋର ଦିଆଯାଉଥିବା ବେଳେ ୩୩ ପ୍ରତିଶତ ବିବାହିତା ଗର୍ଭନିରୋଧକ ମେଡିସନ୍‌ କିଣି ପାରିନଥିଲେ।

ଏହା ପରେ ପରେ କରୋନାର ଦ୍ବିତୀୟ ଲହର ମାଡ଼ିଆସିଥିଲା। ହସ୍ପିଟାଲରେ ବେଡ୍‌ ଭର୍ତ୍ତି ହୋଇଯାଇଥିବା ବେଳେ ଲୋକଙ୍କୁ ମେଡିସିନ୍‌ ମିଳିପାରୁନଥିଲା। ତେବେ ଗରିବ ମହିଳାଙ୍କ ଉପରେ ହୋଇଥିବା ଏହି ଗବେଷଣା ଦ୍ବିତୀୟ ଲହର ଆସିବା ପୂର୍ବରୁ ହୋଇଥିଲା। ତେଣୁ ଦ୍ବିତୀୟ ଲହରରେ ଯେଉଁ ପରିସ୍ଥିତି ଉପୁଜିଥିଲା ତାପରେ ସେହି ଭଳି ଲୋକମାନଙ୍କର  ଦୁଃଖ ଏବଂ ଦୁର୍ଦ୍ଦଶା ନିଶ୍ଚିତ ରୂପେ  ବହୁଗୁଣିତ ହୋଇଥିବ ବୋଲି କହିଛନ୍ତି ଡାଲବର୍ଗ ରିପୋର୍ଟର ଲେଖିକା ଶ୍ବେତା ତୋତାପଲ୍ଲି।

ଯଦି ମହାମାରୀରେ ଆହୁରି ଗରିବ ମହିଳମାନେ ଚାକିରି ହରାନ୍ତି ତେବେ ସମାଜକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଲୋକଙ୍କ ପାଖରେ ଋଣ ବଢ଼ିବ ଏବଂ ଅଧିକରୁ ଅଧିକ ଝିଅ ଅଧାରୁ ପାଠ ପଢ଼ା ଛାଡ଼ିବେ। ଏହା ଦ୍ବାରା ବାଲ୍ୟ ବିବାହ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ତୋତାପଲ୍ଲି। ୧୦ ରାଜ୍ୟର ୧୫୦୦୦ ଗରିବ ମହିଳା ଏବଂ ୨୩୦୦ ପୁରୁଷଙ୍କୁ ନେଇ ଏହି ଗବେଷଣା କରାଯାଇଛି।

-ମହାମାରୀ ପୂର୍ବରୁ ୨୪ ପ୍ରତିଶତ ମହିଳା କାର୍ଯ୍ୟ କରୁଥିଲେ। କିନ୍ତୁ ଏହାକୁ ୨୮ ପ୍ରତିଶତ ବୋଲି କୁହାଯାଉଥିଲା।

–  ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଚାକିରି ହରାଇଛନ୍ତି। ତାମଧ୍ୟରୁ ୪୩ ପ୍ରତିଶତ ମହିଳା ଏବେ ବି ନିଜର ଚାକିରି ଫେରିପାଇବାକୁ ଲଗାତାର ଚେଷ୍ଟା କରୁଛନ୍ତି।

–  ୪୩ ପ୍ରତିଶତ ପୁରୁଷଙ୍କ ତୁଳନାରେ ୪୭ ପ୍ରତିଶତ ମହିଳା କାର୍ଯ୍ୟ ବୃଦ୍ଧି ନେଇ ସୂଚନା ଦେଇଛନ୍ତି।

– ସେହିଭଳି ୩୭  ପ୍ରତିଶତ ପୁରୁଷଙ୍କ ତୁଳନା​‌ରେ ୪୧ ପ୍ରତିଶତ ମହିଳା ଅବୈତନିକ ଯତ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

– ମହାମାରୀ ସମୟରେ ୧୮ ପ୍ରତିଶତ ପୁରଷ ଏବଂ ୨୭ ପ୍ରତିଶତ ମହିଳା ଅକ୍ଳାନ୍ତ ପରିଶ୍ରମ କରିଛନ୍ତି।

– ବିଶେଷ କରି ମୁସଲିମ୍‌, ପ୍ରବାସୀ ମହିଳା,ସିଙ୍ଗଲ ମହିଳା, ଛାଡ଼ପତ୍ର ପାଇଥିବା ମହିଳା ମହାମାରୀରେ ବେଶୀ ପ୍ରଭାବିତ ହୋଇଛନ୍ତି।  

   Related Posts