ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳରେ ଅଛନ୍ତି କୋଟିପତି ମନ୍ତ୍ରୀ, ୭ ମନ୍ତ୍ରୀଙ୍କର ଅଛି ବିଦେଶୀ ନାଗରିକତା ହେଲେ ଦେଶ କାଙ୍ଗାଳ

Published By : Prameya-News7 Bureau | July 20, 2020 IST

ଇସ୍ଲାମାବାଦ ୨୦।୭: ପାକିସ୍ତାନର ଆର୍ଥିକ ଅବସ୍ଥା ସୁଧାରିବାରେ ବିଫଳ ହୋଇଛନ୍ତି ଇମ୍ରାନ ସରକାର। ଫଳରେ ଅର୍ଥନୀତି ଧୂଳିସାତ ହୋଇଯାଇଛି। ଦେଶ କାଙ୍ଗଳ ହୋଇଯାଇଥିଲେ ବି ପାକିସ୍ତାନ ସରକାରରେ କିନ୍ତୁ ଧନପତି କୁବେରଙ୍କ ସଂଖ୍ୟା କମ୍‌ ନାହିଁ। ଇମ୍ରାନଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ କୋଟିପତି ହୋଇଥିବା ବେଳେ ସେମାନେ ପାକିସ୍ତାନ ସମେତ ଅନ୍ୟ ଦେଶର ନାଗରିକତା ମଧ୍ୟ ରଖିଛନ୍ତି।

{"id":303211,"sizeSlug":"large"}

ଦେଶର ଦୁର୍ଦ୍ଦିନରେ ଏ ନେଇ ବିରୋଧୀ ଦଳ ହଲ୍ଲାପଟା କରିବା ଯୋଗୁ ନିକଟରେ ଇମ୍ରାନ ସରକାର ଏପରି ମନ୍ତ୍ରୀଙ୍କ ସୂଚୀ ଜାରି କରିବାକୁ ବାଧ୍ୟ ହୋଇଛନ୍ତି, ଯେଉଁମାନଙ୍କର ଦେଶରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଅନ୍ୟ ଦେଶର ନାଗରକିତା ମଧ୍ୟ ରଖିଛନ୍ତି। ସରକାରଙ୍କ ସୂଚୀ ବିରୋଧୀଙ୍କୁ ସନ୍ତୁଷ୍ଟ କରିବ ବୋଲି ଆଶା କରାଯାଉଥିଲା। ହେଲେ ବିରୋଧୀ ଏବେ ଅଧିକ ଆକ୍ରମକ ହୋଇଉଠିଛନ୍ତି। ଏଥିରେ ଇମ୍ରାନଙ୍କ ମନ୍ତ୍ରୀ ଶିବଲୀ ଫରାଜଙ୍କ ଟ୍ୱିଟ୍‌ ରାଜନୀତିକୁ ଅଧିକ ଉଷ୍ମ କରିଛି।

{"id":303212,"width":580,"height":285,"sizeSlug":"large"}

ଅତୀତରେ ଫିରାଜ ବିରୋଧୀ ଦଳରେ ଥିବା ବେଳେ ଦୈତ ନାଗରିକତାକୁ ଦୃଢ ବିରୋଧ କରୁଥିଲେ। ଏବେ ତାଙ୍କ ଶ୍ୱର ବଦଳାଇବା ବିରୋଧୀଙ୍କୁ କ୍ଷୁବ୍ଧ କରିଛି। ତେବେ କ୍ୟାବିନେଟ୍ ଡିଭିଜନର ୱେବ୍‌ସାଇଟ୍‌ରେ ଦୋହରା ନାଗରିକତା ରଖିଥିବା ଏହି ସବୁ ଧନୀ ପାକିସ୍ତାନୀ ମନ୍ତ୍ରୀମାନେ ନିର୍ବାଚିତ ନୁହନ୍ତି ବୋଲି ଉଲ୍ଲେଖ ରହିଛି।  ଏମାନେ ମନ୍ତ୍ରୀମଣ୍ଡଳରେ ଇମ୍ରାନଙ୍କ ବିଶେଷ ସହାୟକ ପଦବୀରେ ଅଧିଷ୍ଠିତ ଥିବା କୁହାଯାଉଛି।

{"id":303214,"sizeSlug":"large"}

ଇମ୍ରାନ ସରକାରଙ୍କ ଏପରି ୨୦ ଜଣ ସହାୟକ ମନ୍ତ୍ରୀଙ୍କ ନାମ, ସେମାନଙ୍କ ନାଗରିକତା ଓ ସମ୍ପତ୍ତି ସୂଚୀ ୱେବସାଇଟ୍‌ରେ ସ୍ଥାନିତ ହୋଇଛି।  ଏଥିରେ ଇମ୍ରାନଙ୍କ ପେଟ୍ରୋଲିୟମ ମାମଲା ବିଶେଷ ସାହୟକ ନଦିମ ବାବର ଆମେରିକାର ନାଗରିକତା ରଖିଥିବା ବେଳେ କେବଳ ପାକିସ୍ତାନରେ ତାଙ୍କର ସମ୍ପତ୍ତିର ପରିମାଣ ୩୧ କୋଟିରୁ ଅଧିକ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ତାଙ୍କର ବ୍ୟବସାୟିକ ପୁଞ୍ଜିର ପରିମାଣ ୨.୧୫ ବିଲିୟନରୁ ବି ଅଧିକ ବୋଲି ସୂଚିତ କରାଯାଇଛି। ଏଥିରୁ ଅନ୍ୟ ମନ୍ତ୍ରୀ ଓ ନେତାଙ୍କ କଥା ସହଜରେ ବୁଝାପଡେ ବୋଲି ବିରୋଧୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.