ଅଭାବୀ ଚାଷୀଙ୍କ ମାନବିକତା : ରାସ୍ତାରୁ ସୁନାଗହଣା ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇ ଫେରାଇବାକୁ ଉଦ୍ୟମ

Published By : Prameya-News7 Bureau | July 13, 2021 IST

ସୋର ୧୩।୭: ଅଭାବୀ ମଣିଷର ମହାନତା । ରାସ୍ତାରୁ ସୁନା ଗହଣା ପାଇବା ପରେ ଲୋଭର ବଶବର୍ତ୍ତୀ ନହୋଇ ତାହାକୁ ଫେରାଇବାକୁ ଉଦ୍ୟମ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଥାନା ପାଖର ପଞ୍ଚାୟତ ଅଞ୍ଚଳରେ ।

{"id":479749,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ପାଖର ପଞ୍ଚାୟତ ମlଣିପୁର ଗାଁର ରାଜେନ୍ଦ୍ର ବେହେରା କୌଣସି କାମରେ ସୋର ବଜାରକୁ ଆସିଥିଲେ । ଏହି ସମୟରେ ଏକ ବ୍ୟାଗ୍ ପଡିଥିବା ସେ ଦେଖିବାକୁ ପାଇଥିଲେ । ବ୍ୟାଗ୍ ଉଠାଇ ଦେଖିବା ପରେ ସେଥିରେ ଗୋଟିଏ ହଳ ସୁନା କାନ ଫୁଲ ଓ କିଛି ଟଙ୍କା ଥିଲା । ରାଜେନ୍ଦ୍ରଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନାହିଁ । ସୁନା ଓ ଟଙ୍କା ଦେଖି ସେ ଲୋଭର ବଶବର୍ତ୍ତୀ ନହୋଇ ତାହାକୁ ଫେରାଇବା ପାଇଁ ଉଦ୍ୟମ କରିଛନ୍ତି ।

{"id":479750,"width":751,"height":413,"sizeSlug":"large","linkDestination":"none"}

ରାଜେନ୍ଦ୍ର ସୋସିଆଲ ମିଡିଆରେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ଜଣେ ଗରିବ ଚାଷୀ ହୋଇଥିଲେ ହେଁ ରାଜେନ୍ଦ୍ରଙ୍କର ଏପରି ମହତ କାମକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.