ମୋବାଇଲ ନାହିଁ ପିଲା ପଢିବେ କେମିତି ? ଅନଲାଇନ୍ କ୍ଲାସରେ ବାଧକ ସାଜିଛି ସ୍ମାର୍ଟଫୋନ୍ : ସହାୟତା ଦାବି କଲେ ପରିବାର

Published By : Prameya-News7 Bureau | July 03, 2021 IST

ତାମିଲନାଡୁ ୩/୭: କରୋନା କାଳରେ ପିଲାଙ୍କ ପାଠପଢାରେ ପଡିଯାଇଛି ତାଲା । କେତେକ ସ୍ଥାନରେ ପିଲା ଅନଲାଇନରେ ପାଠ ପଢିଥିବା ବେଳେ ଆଉ କେତେକ ସ୍ଥାନରେ ପିଲା ପାଠ ପଢିବାକୁ କରୁଛନ୍ତି ସଂଘର୍ଷ । ସ୍ମାର୍ଟ ଫୋନଟିଏ ନଥିବାରୁ ପିଲା ପଢିବାରୁ ବଞ୍ଚିତ ହେଉଛନ୍ତି । ଆମେ କହୁଛୁ ତାମିଲନାଡୁ ମଦୁରାଇର କଥା । ଏଠାରେ ସ୍ମାର୍ଟଫୋନ୍ ନଥିବାରୁ ଅଭାବୀ ପରିବାରର ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍ କରିବାକୁ ସଂଘର୍ଷ କରୁଛନ୍ତି ।

wp:html /wp:html

ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସରକାର ସେମାନଙ୍କ ପିଲାଙ୍କୁ ସହଯୋଗ କରିବାକୁ ଦାବି କରିଛନ୍ତି । “ଆମେ ଦାବି କରୁଛୁ ଯେ ସରକାର ଛାତ୍ରମାନଙ୍କୁ ସ୍ମାର୍ଟଫୋନ କିମ୍ବା ଲାପଟପ୍ ଯୋଗାଇବା ଉଚିତ୍ । ଜଣେ ନୁହେଁ କି ଦୁଇଜଣ ନୁହେଁ ଏମିତି ଅନେକ ପିଲା ନିଜର ଭବିଷ୍ୟତ ନେଇ ଚିନ୍ତାରେ ପଡିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.