Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଗରିବ ଡ୍ରାଇଭରର ଖୋଲିଲା ଭାଗ୍ୟ…ଗୋଟିଏ କାଗଜ ପାଇଁ ହେଲେ କୋଟିପତି

31/01/2020 at 10:30 AM

ଦୁନିଆରେ କେତେବେଳେ ଯେ କଣ ହୁଏ ତାହା କେହି ଜାଣିନଥାନ୍ତି। କେବେ କାହା ଭାଗ୍ୟ ବଦଳେ ତ କେବେ କିଏ କୋଟିପତି ହୁଏ। ଠିକ ସେମିତି ଏକ ଆଚମ୍ବିତ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ଗରିବ ଡ୍ରାଇଭର କୋଟିପତି ହୋଇଛନ୍ତି । ଏହି ବିଷୟରେ ସେ ନିଜେ ମଧ୍ୟ ଜାଣିନଥିଲେ। ତାଙ୍କ ଭାଗ୍ୟ ଏମିତି ବଦଳିଛି ଯାହା ବିଶ୍ବାସ କରିବା କଷ୍ଟକର।

ସାମାନ୍ୟ ଗୋଟିଏ କାଗଜ ପାଇଁ ସେ କୋଟିପତି ହୋଇଛନ୍ତି। ୬୦ ଟଙ୍କାର ଲଟେରୀ ଦ୍ବାରା ସେ କୋଟିପତି ହୋଇଛନ୍ତି। ବର୍ଦ୍ଧମାନ ଜିଲ୍ଲାରେ ବାସ କରୁଥିବା ଡ୍ରାଇଭରଙ୍କ ନାଁ ରୂପେଶ ବୋଲି ଜଣାପଡିଛି । ରୂପେଶ ସେଠାରେ ଏକ ରାସନ ଦୋକାନର ଗାଡି ଚଲାନ୍ତି। ୬୦ ଟଙ୍କାର ଲଟେରୀରେ ୮୭A୧୨୭୮୨ ଓ ୮୭A୧୨୭୮୩ର ୨ଟି ସିରିଜ୍‌ ଟିକେଟ୍‌ କିଣିଥିଲେ। ପରବର୍ତ୍ତି ସମୟରେ ଜଣା ପଡିଥିଲା ଯେ, ୮୭A୧୨୭୮୨ ଟିକେଟ୍‌ ଦ୍ବାରା ସେ ୧ କୋଟି ଟଙ୍କା ଜିତିଛନ୍ତି। ଏହି ଖବର ପାଇବା ପରେ ରୂପେଶ ବହୁତ ଖୁସି ହୋଇପଡିଛନ୍ତି।

ଗାଡି ଚଲାଇ ରୂପେଶ ପ୍ରତି ମାସ ୭ ହଜାର ଟଙ୍କା ଆୟ କରନ୍ତି। ସେତିକି ରୋଜଗାରରେ ସେ ନିଜ ପରିବାର ଚଲାନ୍ତି। ତାଙ୍କ ପରିବାରରେ ମାଆ, ବାପା, ସ୍ତ୍ରୀ ଓ ଝିଅ ବ୍ୟତୀତ ଜଣେ ଭାଇ ଅଛନ୍ତି ଓ ସେ ମଧ୍ୟ ଗାଡି ଚଲାନ୍ତି। ରୂପେଶଙ୍କ କହିବା ଅନୁସାରେ ଲଟେରୀରେ ଯେତିକି ଟଙ୍କା ଜିତିଛନ୍ତି ସେତିକିରେ ସେ ଏବେ ନିଜ ପରିବାର ପାଇଁ ଜମିବାଡି କିଣିବେ ଓ ଘର ତିଆରି କରିବେ। ତାଙ୍କର ନିଜର ଏକ ଗାଡି କିଣିବାର ମଧ୍ୟ ସ୍ବପ୍ନ ଥିଲା ଯାହା ଏବେ ପୂରଣ ହେବ।  

   Related Posts