Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାପା ଦିନ ମଜୁରିଆ, ଟ୍ୟୁସନ କରି ପାଠପଢିଲେ ଆଉ ନାସାରେ ବୈଜ୍ଞାନିକ ହେଲେ ଯାଜପୁରର ହେମନ୍ତ ଓଝା

ଯାଜପୁର୧୦|୨: ଦୃଢ ସଂକଳ୍ପ, ନିରନ୍ତର ପ୍ରେଚେଷ୍ଟା- ଅସାଧ୍ୟକୁ ସାଧନ କରିପାରେ । ଲକ୍ଷ୍ୟ ପଥରେ ଯେତେଯାହା ବାଧାବିଗ୍ନ ଆସିଲେ ବି, ଆପେ ଆପେ ଦୂରେଇ ଯାଏ । ଏହାର ଏକ ପ୍ରମାଣ ହେଉଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ରାଇଛନ୍ଦା କମାରସାହି ଗାଁର ହେମନ୍ତ ଓଝା । ବାପା ଦିନ ମଜୁରୀଆ, କିନ୍ତୁ ନିଜର ନିଷ୍ଠା, କଠିନ ଅଧ୍ୟବସାୟ ଯୋଗୁଁ ହେମନ୍ତ ଏବେ ନାଶା ବୈଜ୍ଞାନିକ ।

ହେମନ୍ତ ଓଝା । ଘର ଧର୍ମଶାଳା ରାଇଛନ୍ଦା ଗାଁରେ । ବାପା ଅର୍ଜୁନ ଓଝା ଜଣେ ଦିନ ମଜୁରୀଆ । ବହୁ ଦୁଃଖ କଷ୍ଟରେ ୪ ପୁଅ-ଝିଅଙ୍କୁ ବଡ କରିଛନ୍ତି । ପିଲାଦିନୁ ହେମନ୍ତ ଥିଲେ ମେଧାବୀ । ୨୦୦୯ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କରିଥିଲେ । ସେହିବର୍ଷ କିନ୍ତୁ କଲେରେ ନାଁ ଲେଖାଇ ପାରିନଥିଲେ । ବାଧକ ସାଜିଥିଲା ଅର୍ଥ । ଶିକ୍ଷାପ୍ରତି ଆଗ୍ରହ ଥିବାରୁ ଟ୍ୟୁସନ କରି ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ବୈଜ୍ଞାନିକ ହେବାର ସ୍ବପ୍ନ ଦେଖିଥିଲେ । ୨୦୧୨ରେ ଯୁକ୍ତ ଦୁଇ ବିଜ୍ଞାନରେ ବି ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିଲେ ।

ଏହାପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ପଢିଥିଲେ । ଆଇଆଇଟି ଚେନାଇରେ ଇଣ୍ଟିଗ୍ରଟେଡ୍ ପିଏଚଡି ସହ ଗଣିତରେ ସ୍ନାତକୋତ୍ତର କରିଥିଲେ । ସେଠାରେ ଦେଇଥିବା ଆଠଟି ପରୀକ୍ଷାରୁ ୫ଟିରେ ପ୍ରଥମ ଓ ଦୁଇଟିରେ ଦୀତିୟ ସ୍ଥାନ ଅଧିକାର କରିଥିଲେ ।

ଏହା ପରେ ନାସା ତରଫରୁ ପ୍ରଶିକ୍ଷଣ ପାଇଁ ଯାଇଥିଲେ ଆମେରିକା । ସେଠାରେ ମେଡାଲ ସହ ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି । ଆଇଆଇଟି ପ୍ରବେଶିକାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାରୁ ନାସର କନିଷ୍ଠ ବୈଜ୍ଞାନିକଭାବେ ଗବେଷଣା କରିବାକୁ ମନୋନୀତ ହୋଇଛନ୍ତି ।

କଠିନ ପରିସ୍ଥିତିରେ ଆଗକୁ ବଢିବାକୁ ବାପା, ମା, ବଡଭାଇ ଓ ଶିକ୍ଷକଙ୍କ ସହୋଯୋଗ ତାଙ୍କୁ ପ୍ରେରଣା ଯୋଗାଥିଲା ବୋଲି ହେମନ୍ତ କହିଛନ୍ତି ।

843 Views

   ସମ୍ବନ୍ଧିତ ଖବର