Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଦିଲ୍ଲୀ ଛାଡିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ : ଜାଣନ୍ତୁ କଣ ରହିଛି କାରଣ

20/11/2020 at 6:23 PM

ନୂଆଦିଲ୍ଲୀ ୨୦/୧୧ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତର ହେବେ । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ମାତ୍ରା ସାଂଘାତିକ ହେଉଥିବାରୁ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡିବ । ଏନେଇ ସୋନିଆଙ୍କୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି । ପୂର୍ବରୁ ସୋନିଆ ଗାନ୍ଧୀ ଛାତି ସଂକ୍ରମଣରେ ସଂକ୍ରମିତ ହୋଇ ସର୍ଜରୀ କରାଇଥିଲେ ।

ଜଣେ ବରିଷ୍ଠ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି, ଡାକ୍ତର ସୋନିଆଙ୍କୁ ଏକ ଉଷ୍ମ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଦିଲ୍ଲୀରେ ବାୟୁ ପ୍ରଦୁଷଣ ମାତ୍ରା ନକମିଛି ସେଯାଏଁ ସେ ଦିଲ୍ଲୀ ଛାଡି ଅନ୍ୟତ୍ର ରହିବେ । ସୂଚନା ଅନୂଯାୟୀ ସୋନିଆ ଗାନ୍ଧୀ ଚେନ୍ନାଇ କିମ୍ବା ଗୋଆରେ ରହିପାରନ୍ତି । ଗୁରୁବାର ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜନ୍ମ ବାର୍ଷିକୀରେ ଇନ୍ଦିରା ଗାନ୍ଧୀ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  

ସୋନିଆ ଗାନ୍ଧୀଙ୍କର ମାସେରୁ ଅଧିକ ସମୟ ହେବ ଛାତି ସଂକ୍ରମଣ ହୋଇଛି ଏବଂ ଦିଲ୍ଲୀରେ ବିପଜ୍ଜନକ ବାୟୁ ଗୁଣବତ୍ତା ହେତୁ ଏହା ଭଲ ହୋଇନାହିଁ। ପ୍ରବଳ ପ୍ରଦୂଷଣ ତାଙ୍କ ଶ୍ୱାସରୋଗ ଏବଂ ଛାତିର ଅବସ୍ଥାକୁ ଆହୁରି ବିଗିଡାଇ ଦେଇଛି । ତଦନୁସାରେ, ବାୟୁ ଗୁଣବତ୍ତା ଭଲ ନହେବା ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କୁ ଦିଲ୍ଲୀରୁ ବାହାରକୁ ଯିବାକୁ ପରାମର୍ଶ ଦେଇଥିଲେ ।

ସୋନିଆ ଗାନ୍ଧୀଙ୍କୁ ଦଳର ରାଜ୍ୟସଭା ସଦସ୍ୟଙ୍କ ଏକ ବୈଠକ ପରେ ଜୁଲାଇ ୩୦ରେ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ଔଷଧ ଖାଇବା ସହ ନିୟମିତ ଚିକିତ୍ସାରେ ରହୁଥିଲେ । ସେପ୍ଟେମ୍ବର ୧୨ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସହ ଡାକ୍ତରୀ ପରୀକ୍ଷା ପାଇଁ କିଛି ଦିନ ଆମେରିକା ଯାଇଥିଲେ। ସେପ୍ଟେମ୍ବର ୧୪ ରୁ ୨୩ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନରେ ଦୁହେଁ ଅନୁପସ୍ଥିତ ଥିଲେ ।

   Related Posts