ଦୀର୍ଘ ଦିନର ବୟଫ୍ରେଣ୍ଡ ସ୍ୟାମ୍ ବମ୍ବେଙ୍କ ସହ ନିର୍ବନ୍ଧ କଲେ ପୁନମ୍ ପାଣ୍ଡେ : ଫଟୋ ଭାଇରାଲ୍

Published By : Prameya-News7 Bureau | July 27, 2020 IST

ମୁମ୍ବାଇ ୨୭/୭: ମଡେଲ୍-ଅଭିନେତ୍ରୀ ପୁନମ୍ ପାଣ୍ଡେ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ ସ୍ୟାମ୍ ବମ୍ବେଙ୍କ ସହ ନିର୍ବନ୍ଧ କରିଛନ୍ତି। ସ୍ୟାମ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏଙ୍ଗେଜମେଣ୍ଟ ରିଙ୍ଗ୍ ପିନ୍ଧି ପୁନମଙ୍କ ସହ ଫଟୋ ସେୟାର କରିଛନ୍ତି। କେବଳ ଏତିକି ନୁହେଁ ନିଜେ ପୁନମ୍ ଏଥିରେ ନିଜର ରିଆକ୍ସନ୍ ଦେଇ ନିର୍ବନ୍ଧ ଖବର ଉପରେ ମୋହର ଲଗାଇଛନ୍ତି।

{"id":306004,"sizeSlug":"large"}

ସ୍ୟାମ୍ ଦୁଇ ଦିନ ତଳେ ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ,ଯେଉଁଥିରେ ଦୁହେଁ ନିଜର ମୁଦି ଦେଖାଇଥିଲେ। ସ୍ୟାମ୍ ଲେଖିଥିଲେ-‘ ଶେଷରେ ଆମେ ଏହା କରିଛୁ’। ଏଥିରେ ପୁନମ୍ ମଧ୍ୟ ରିଆକ୍ଟ କରି ଲେଖିଛନ୍ତି-‘ଶ୍ରେଷ୍ଠ ଅନୁଭବ’।

{"id":306005,"sizeSlug":"large"}

ତାଙ୍କ ପ୍ରଶଂସକମାନେ ମୁଦି ଦେଖି ନିର୍ବନ୍ଧର ଶୁଭକାମନା ଜଣାଉଛନ୍ତି। ମେ ମାସରେ ସ୍ୟାମ୍ ଏବଂ ପୁନମଙ୍କ ଉପରେ ଲକଡାଉନ୍ ନିୟମର ଉଲ୍ଲଙ୍ଘନ କରିବା ପାଇଁ ମୁମ୍ବାଇ ପୋଲିସ୍ ଚାର୍ଜ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ଦୁହେଁ ଲକଡାଉନରେ ଡ୍ରାଇଭରେ ବାହାରିଥିଲେ।

{"id":306006,"sizeSlug":"large"}

କିନ୍ତୁ ପୁନମ୍ ପାଣ୍ଡେ ଏହି ଖବରକୁ ଅସ୍ବୀକାର କରିଥିଲେ। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲୋକଙ୍କୁ କହିଥିଲେ ଯେ ସେମାନେ ନିଜ ଘରେ ଫିଲ୍ମ ଦେଖି ସମୟ କାଟୁଥିଲେ।

{"id":306007,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.