Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବାହାଘରକୁ ମାସେ ନ ପୁରୁଣୁ ସମ୍ପର୍କ ତୁଟେଇବାକୁ ଚାହୁଁଛନ୍ତି ପୁନମ ପାଣ୍ଡେ: କହିଲେ,’ବହୁତ ହେଇଗଲା…ଆଉ ନୁହେଁ’

24/09/2020 at 5:46 PM

ମୁମ୍ବାଇ ୨୪/୦୯ : ଅଭିନେତ୍ରୀ ପୁନମ ପାଣ୍ଡେ ଗତ କିଛି ଦିନ ହେଲା ନିଜ ବାହାଘର, ହନିମୁନ ଓ ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନବ ବିବାହିତା ପୁନମ ନିଜ ସ୍ୱାମୀ ସେମ ବମ୍ବେଙ୍କ ବିରୋଧରେ ମାରପିଟ ଓ ଧମକ ଦେଉଥିବା ଗମ୍ଭୀର ଆରୋପ ଲଗାଇବା ପରେ ସେମ ବମ୍ବେଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପୁନମ ନିଜ ବିବାହକୁ ନେଇ କହିଛନ୍ତି ଯେ ଅଳ୍ପ ଦିନରେ ସେ ବହୁତ କିଛି ସହିଲେଣି ଆଉ ଆଗକୁ ଆଉ ସହି ପାରିବେନି । ବିବାହ ପରେ ଉଭୟଙ୍କ ସମ୍ପର୍କ ମଧୁର ହୋଇଯିବ ବୋଲି ସେ ଆଶା କରିଥିଲେ କିନ୍ତୁ ସେମିତି କିଛି ହୋଇନି ବୋଲି ସେ କହିଛନ୍ତି ।

୭ଜନ୍ମର ବନ୍ଧନ ଏତେ ଶୀଘ୍ର ଭାଙ୍ଗିଯିବ କିଏ ଭାବିନଥିଲେ । ହଠାତ ବିବାହ କରି ସେ ଲୋକଙ୍କୁ ଚକିତ କରିଦେଇଥିଲେ । ଠିକ ସେହିଭଳି ବିବାହର ୧୨ ଦିନ ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖି ଲୋକେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି ହନିମୁନ ସମୟରେ ଉଭୟଙ୍କ ମଧ୍ୟରେ ଏମିତି କଣ ହେଲା ଯେ ସେମ ବମ୍ବେଙ୍କୁ ଜେଲ ଯିବାକୁ ପଡିଲା ।

ଗୋଆରେ ହନିମୁନ ସମୟରେ କଣ ହୋଇଥିଲା ଏକ ଗଣମାଧ୍ୟମକୁ ପୁନମ କହିଛନ୍ତି । ସେ କହିଛନ୍ତି ଯେ ଗୋଆରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ପରେ ସେମ ପୁନମଙ୍କୁ ବାଡେଇଥିଲେ । ସେତେବେଳେ ତାଙ୍କୁ ଅନୁଭୂତ ହୋଇଥିଲେ ସତେ ଯେମିତି ସେ ମରିଯିବେ । ସେମ ତାଙ୍କ ମୁହଁରେ ବାଡେଇଥିଲେ, ଚୁଟି ଟାଣି ବେଡ଼ କୋଣରେ ତାଙ୍କ ମୁଣ୍ଡ ପିଟି ଦେଇଥିଲେ । ସେ କୌଣସି ପ୍ରକାରେ ସେମଙ୍କ ଚଂଗୁଲରୁ ବାହାରି ଆସିଛନ୍ତି ବୋଲି କହିଥିଲେ । ଏହାପରେ ହୋଟେଲ କର୍ମଚାରୀ ପୋଲିସକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଆସି ତାଙ୍କୁ ଗିରଫ କରିଥିଲା ।

ପୁନମ କହିଛନ୍ତି ଯେ ସେ ସେମଙ୍କ ପାଖକୁ ଆଉ ଯିବାକୁ ଚାହୁଁ ନାହାନ୍ତି । ସେ ତାଙ୍କୁ ପଶୁ ଭଳି ମାଡ ମାରିଛନ୍ତି । ଏହିଭଳି ସମ୍ପର୍କରେ ରହିବା ଅପେକ୍ଷା ସେ ସିଙ୍ଗଲ ରହିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ସେ ବିବାହ ସମ୍ପର୍କକୁ ସବୁଦିନ ପାଇଁ ତୁଟେଇ ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପୁନମ ପାଣ୍ଡେ ।

   Related Posts