ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ୍ ବମ୍ବେ ଗିରଫ, ପତ୍ନୀ ଆଣିଲେ ମାରପିଟ ଅଭିଯୋଗ

Published By : Prameya-News7 Bureau | November 09, 2021 IST

ମୁମ୍ବାଇ ୦୯/୧୧: ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି, ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଛି। ଅଭିଯୋଗ ପଞ୍ଜିକରଣ କରିବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି। ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ କରାଯାଉଛି।

wp:html /wp:html

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ମୁମ୍ବାଇ ପୋଲିସ କହିଛି, 'ସାମ ବମ୍ବେଙ୍କ ଉପରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଅଧୀନରେ ମାମଲା ପଞ୍ଜୀକୃତ ହୋଇଛି। ଅଭିନେତ୍ରୀଙ୍କ ମୁଣ୍ଡ, ଆଖି ଏବଂ ମୁହଁରେ ଗଭୀର ଆଘାତ ଲାଗିଛି।

ଏହା ପ୍ରଥମ ଘଟଣା ନୁହେଁ ଯେ ପୁନମ ସାମଙ୍କ ଉପରେ ମାରପିଟ କରିଥିବା ଅଭିଯୋଗ କରିଛନ୍ତି। ପୁନମ ଏବଂ ସାମ୍ ସେପ୍ଟେମ୍ବର ୨୦୨୦ ରେ ବିବାହ କରିଥିଲ। ବିବାହର କିଛି ଦିନ ପରେ ପୁନମ ସାମଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା, ଧମକ ଏବଂ ମାରପିଟ ଅଭିଯୋଗ ଆଣିଥିଲେ। ସେ ଗୋଆରେ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ ସାମ ତାଙ୍କୁ ମାଡ ମାରି ଧମକ ଦେଇଛନ୍ତି। ପୁନମ ସେହି ସମୟରେ ଗୋଆରେ ସୁଟିଂ କରୁଥିଲେ। ଅଭିଯୋଗ ପରେ ସାମଙ୍କୁ ପୋଲିସ ଗିରଫ କରିଥିଲା ​​କିନ୍ତୁ ପରଦିନ ସେ ଜାମିନ ପାଇଯାଇଥିଲେ। ସେତେବେଳେ ପୁନମ କହିଥିଲେ ଯେ ସେ ଏହି ବିବାହକୁ ଶେଷ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ପୁନମ ପୁଣିଥରେ ସାମଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.