Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ବାହାଘରର ୧୨ ଦିନ ପରେ ସ୍ୱାମୀ ଉପରେ ମାରପିଟ୍ ଆରୋପ ଲଗାଇଲେ ଅଭିନେତ୍ରୀ ପୁନମ ପାଣ୍ଡେ, ହନିମୁନ୍‌ରୁ ସ୍ୱାମୀ ଗିରଫ

23/09/2020 at 12:08 PM

ପାଣାଜୀ୨୩/୦୯ : ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ ସେମ ଅହମଦଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ରୁଜ୍ଜୁ ପରେ ସେମଙ୍କୁ ଗୋଆରେ ଗିରଫ କରାଯାଇଛି । ପୁନମ ନିଜ ସ୍ୱାମୀ ବିରୋଧରେ ମାରପିଟ ଓ ଧମକାଉଥିବା ନେଇ ଅଭିଯୋଗ କରିଥିଲେ । ଜଣେ ଅଧିକାରୀ କହିଛନ୍ତି ଘଟଣା ଦକ୍ଷିଣ ଗୋଆର କାନାକୋନା ଗାଁରେ ଘଟିଛି । ପୁନମ ସେଠାକୁ ଏକ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । କାନାକୋନା ଥାନା ନିରୀକ୍ଷକ ତୁକାରମ ଚୌହାନ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ ପୁନମ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ତାଙ୍କ ସହ ମାରପିଟ କରିଥିଲେ ଓ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ପୁନମ ଥାନାରେ ଅଭିଯୋଗ କରିବା ପରେ ତାଙ୍କ ସ୍ୱାମୀକୁ ଗିରଫ କରାଯାଇଛି । 

ପୁନମ ପାଣ୍ଡେ ସେପ୍ଟେମ୍ବର ୧୦ ତାରିଖରେ ନିଜ ପ୍ରେମିକ ସେମଙ୍କୁ ବିବାହ କରିଥିଲେ । ବିବାହ ସମ୍ପର୍କରେ ସେ କାହାକୁ ଜଣାଇ ନଥିଲେ । ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଥିଲେ । ଫଟୋ ସେୟାର କରି ପୁନମ ଲେଖିଥିଲେ, ‘୭ଜନ୍ମ ଯାଏଁ ତୁମ ସହିତ ରହି ଖୁସି ହେବି’

ପୁନମ ନିଜର ଏହି ସିକ୍ରେଟ ବାହାଘରକୁ ନେଇ ଅନେକ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ପ୍ରତିଦିନ ତାଙ୍କୁ ଦୁଖଦ ଖବର ପଢିବାକୁ ମିଳୁଥିଲା । ସେଥିପାଇଁ କିଛି ଖୁସି ସାଉଣ୍ଟିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ ।

୨୦୧୧ ମସିହାରେ ପୁନମ ପାଣ୍ଡେଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ କହିଥିଲେ ଯଦି ଭାରତୀୟ ଟିମ ଯଦି ବିଶ୍ୱକପ ବିଜୟୀ ହୁଏ ତାହେଲେ ସେ ଉଲଗ୍ନ ହେବେ । ପୁନମ ୨୦୧୩ ରେ ବଲିଉଡରେ ଫିଲ୍ମ ନଶାରେ ଡେବ୍ୟୁ କରିଥିଲେ । ଏହାପରେ ସେ ହିନ୍ଦୀ ସହ କନ୍ନଡ଼ ଓ ତାମିଲ ଫିଲ୍ମ ମଧ୍ୟ କରିଛନ୍ତି ।

   Related Posts