ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କଲେ ମଡେଲ ପୁନମ୍‌ ପାଣ୍ଡେ…

Published By : Prameya-News7 Bureau | February 09, 2020 IST

ମୁମ୍ବାଇ୯|୨: ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ଗ୍ଲାମର ଇଣ୍ଡଷ୍ଟ୍ରିରେ ଭାରତୀୟ କ୍ରିକେଟ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥିଲେ। ପୁନମ୍ ପାଣ୍ଡେ ୨୦୧୧ ବିଶ୍ବ କପରେ ଏହା କହି ହଇଚଇ ସୃଷ୍ଟି କରିଥିଲେ ଯେ ଯଦି ଇଣ୍ଡିଆ ଟିମ୍ ଜିତିବ ତାହେଲେ ସେ ସମ୍ପୂର୍ଣ୍ଣ ବିବସ୍ତ୍ର ହେବେ। ଏଭଳି ବୟାନ ଦେବା ପରେ ପୁନମ୍‌ଙ୍କୁ କେହି ଭୁଲିନାହାନ୍ତି। ଅଧିକାଂଶ ସମୟରେ ନିଜ ବୋଲ୍ଡ ଓ ସେକ୍ସି ଅବତାର ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି। ହେଲେ ଏବେ ପୁନମ୍‌ ଏମିତି କିଛି କରିଛନ୍ତି ଯେଉଁଥିପାଇଁ ସେ ଖୁବ ଚର୍ଚ୍ଚାରେ ଅଛନ୍ତି।   

{"id":222275,"sizeSlug":"large"}

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶୱାହାଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ ଫାଇଲ୍‌ କରିଛନ୍ତି ମଡେଲ ପୁନମ୍‌ ପାଣ୍ଡେ। ପୋଲିସରେ ମାମଲା ରୁଜୁ କରିବା ପରେ ସେ ଲାଇମ୍‌ଲାଇଟ୍‌ରେ ଅଛନ୍ତି। ପୁନମ୍‌ଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ବାରମ୍ବାର ଅଜଣା କଲ୍‌ ଆସୁଛି। ଗତବର୍ଷ ଜୁନ୍‌ରେ ଏକ ଟ୍ୟାଗ୍‌ଲାଇନ(Call Me, I Strip for You) ସହିତ ତାଙ୍କ ଆପ୍‌ରେ ଅଶ୍ଳୀଳ ଲେଖା ଅପ୍‌ଲୋଡ କରାଯାଇଥିଲା।

{"id":222276,"sizeSlug":"large"}

ଗତ ବର୍ଷ ପୁନମ୍‌ ନିଜ ନାଁରେ ଏକ ଆପ୍‌ ତିଆରି କରିବା ପାଇଁ କୁନ୍ଦ୍ରାଙ୍କ କମ୍ପାନୀର ସହଯୋଗ ନେଇଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏହି କନ୍‌ଟ୍ରାକ୍ଟ କ୍ୟାନସଲ କରିଥିଲେ। ଏହି ବିଷୟରେ ସେ କମ୍ପାନୀକୁ ମଧ୍ୟ ଜଣାଇଥିଲେ। ହେଲେ କ୍ୟାନ୍‌ସଲ କରିବା ସତ୍ତ୍ବେ ଆପ୍‌କୁ ସକ୍ରିୟ ରଖାଯାଇଥିଲା ଏବଂ ସେଥିରେ ତାଙ୍କ ବ୍ୟକ୍ତିଗତ ଫଟୋ ଅପଲୋଡ୍‌ କରାଯାଉଥିଲା। ଏଥିପାଇଁ ସେ ୩ ମାସ ପାଇଁ ଦେଶ ବାହାରକୁ ଯାଇଥିଲେ। ହେଲେ ଫେରିବା ପରେ ପୁଣିଥରେ ସେ ସମସ୍ୟାରେ ପଡିଛନ୍ତି। କେବଳ ସେତିକି ନୁହେଁ ନମ୍ବର ବଦଳିବା ପରେ ମଧ୍ୟ ତାଙ୍କୁ ଅନେକ କଲ୍‌ ଆସୁଛି।

{"id":222277,"sizeSlug":"large"}

ଏହି କାରଣରୁ ଅଭିଯୋଗ କରିଛନ୍ତି ପୁନମ୍‌। ପୁନମ୍‌ ଅଭିଯୋଗ କରିଛନ୍ତି ଯେ, ୨୦୧୯ ଡିସେମ୍ବର ୭ରେ ସେ ପୋଲିସରେ ଏତଲା ଦେଇଥିଲେ। ହେଲେ ପୋଲିସ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା।  ଯେଉଁଥିପାଇଁ ତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଛି। ଅପରପକ୍ଷରେ ରାଜ୍‌ କୁନ୍ଦ୍ରାଙ୍କ ସହଯୋଗୀ ଏହି ଅଭିଯୋଗକୁ ଭୁଲ ବୋଲି କହିଛନ୍ତି।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.