Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗିରଫ ହେଲେ ଅଭିନେତ୍ରୀ ପୁନମ୍ ପାଣ୍ଡେ : ଲକଡାଉନ୍ ଉଲ୍ଲଙ୍ଘନ କରି ବୟଫ୍ରେଣ୍ଡଙ୍କ ସହ ବୁଲୁଥିଲେ ବିଏମଡବ୍ଲ୍ୟୁ କାରରେ

11/05/2020 at 5:16 PM

ମୁମ୍ବାଇ ୧୧/୫: ମଡେଲ୍ ଏବଂ ଅଭିନେତ୍ରୀ ପୁନମ୍ ପାଣ୍ଡେ ସବୁବେଳେ ନିଜ ଫଟୋ ଏବଂ ଭିଡିଓ ପାଇଁ ଚର୍ଚ୍ଚାରେ ରୁହନ୍ତି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏପରି କିଛି ସେୟାର କରି ଦିଅନ୍ତି ଯାହା ଦ୍ବାରା ହଇଚଇ ସୃଷ୍ଟି ହୋଇଥାଏ। ନିକଟରେ ଥରେ ସେ ଏପରି କାମ ପାଇଁ ଚର୍ଚ୍ଚାକୁ ଆସିଥିଲେ। ସୂଚନା ମିଳିଛି ଯେ ପୁନମ୍ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଯାହାର କାରଣ ଜାଣିଲେ ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହେବେ। ପୁନମ୍ ରବିବାର ଲକଡାଉନର ଉଲ୍ଲଙ୍ଘନ କରିବାବେଳେ ଧରା ପଡ଼ିଛନ୍ତି।

ଏହି କାରଣରୁ ତାଙ୍କୁ ରାତି ୮:୦୫ରେ ମେରାଇନ୍ ଥାନା ପୋଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଧାରା ୧୮୮,୨୬୯ ଏବଂ ୫୧(ବି) ଅନୁସାରେ ମାମଲା ରୁଜୁ ହୋଇଛି। ପୋଲିସ୍ ବିଏମଡବ୍ଲ୍ୟୁ କାର୍ ମଧ୍ୟ ଜବତ କରିଛି। ସେ ମେରାଇନ୍ ଡ୍ରାଇଭରେ ନିଜ ବୟଫ୍ରେଣ୍ଡ ସ୍ୟାମ୍ ସହ ଲକଡାଉନ୍ ରୁଲ୍ସ ଭାଙ୍ଗିଛନ୍ତି। ତେଣୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ପୁନମ୍ ପାଣ୍ଡେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ୩୦ଲକ୍ଷ ଲୋକ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ପୁନମ୍ ୨୦୧୩ମସିହାରେ ନଶା ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ପୁନମ୍ ପାଣ୍ଡେ ୨୦୧୧ମସିହାରେ କ୍ରିକେଟ ଓ୍ବାଲର୍ଡ କପରେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ସେ ଇଣ୍ଡିଆ ଓ୍ବାଲର୍ଡ କପ୍ ଜିତିଲେ ନ୍ୟୁଡ ହେବାକୁ ପ୍ରତିଶ୍ରୃତି ଦେଇଥିଲେ। ବିସିସିଆଇ ମନା କରିବାରୁ ଏବଂ ଲୋକମାନେ ଅସନ୍ତୁଷ୍ଟ ହେବାରୁ ସେ ଏପରି କରିନଥିଲେ। ସେ ଶେଷ ଥର ଶକ୍ତି କପୁରଙ୍କ ସହ ଫିଲ୍ମ ଦ ଜର୍ଣ୍ଣି ଅଫ କର୍ମାରେ ନଜର ଆସିଥିଲେ।

   Related Posts