Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିରେ ଯୋଗ ଦେଲେ ପୁନମ ଧିଲୋଁ, ନିଜ ନାଁ ଆଗରେ ଲଗାଇଲେ ଚୌକିଦାର

ମୁମ୍ୱାଇ୧୯|୪: ୮୦ ଦଶକର ଗ୍ଲେମରସ ଅଭିନେତ୍ରୀ ପୁନମଙ୍କୁ ଏବେ ୫୭ ବର୍ଷ ବୟସ । ୧୯୬୨ ମସିହା ଏପ୍ରିଲ ମାସ ୧୮ ତାରିଖରେ ପୁନମଙ୍କ ଜନ୍ମ ଉତ୍ତରପ୍ରଦେଶ କାନପୁରରେ ହୋଇଥିଲା। ଗତ କାଲି ତାଙ୍କ ଜନ୍ମଦିନ ଥିଲା।  ହିନ୍ଦି ସିନେମା ଜଗତକୁ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ପୁନମ ଧିଲୋଁ ଆଜିକାଲି ପିଲ୍ମରେ ଦେଖିବାକୁ ମିଳୁନାହାନ୍ତି। ସେ ଏବେ ରାଜନୀତିରେ ମାତିଛନ୍ତି। ପୁନମ ବିଜେପିର ଉପ ସଭାପତି ଅଛନ୍ତି। ସେ ତାଙ୍କ ନାଁ ଆଗରେ ଚୌକିଦାର ଲଗାଇଛନ୍ତି।  
ପୁନମଙ୍କ ବାପା ଭାରତୀୟ ବାୟୁସେନାର ଏୟାକ୍ରାଫ୍ଟ ଇଂଜିନିୟର ଥିଲେ। ବାପାଙ୍କର ବାରମ୍ୱାର ଟ୍ରାନ୍ସଫର ହେଉଥିଲେ ମଧ୍ୟ ପୁନମଙ୍କ ଧ୍ୟାନ ପାଠ ପଢାରେ ଥାଏ। ପୁନମଙ୍କର ପିଲାବେଳୁ ଇଚ୍ଛା ଥିଲା ଯେ, ସେ ବଡ ହୋଇ ଡାକ୍ତର ହେବେ। କିନ୍ତୁ ତାଙ୍କ ଭାଗ୍ୟରେ ଜଣେ ଫେମସ ଅଭିନେତ୍ରୀ ହେବାର ଥିଲା ।
ପୁନମ ଧିଲୋଁଙ୍କ ଲଭ ଲାଇଫ ମଧ୍ୟ ବେଶ ଚର୍ଚ୍ଚାରେ ଥିଲା। ରିପୋର୍ଟ ଅନୁସାରେ ୮୦ ଦଶକରେ ସେ ନିର୍ଦ୍ଦେଶକ ରାଜ ସିପ୍ପିଙ୍କ ସହ ରିଲେସନଶିପରେ ଥିଲେ। ଉଭୟଙ୍କ ଆଫାୟର ବିଷୟରେ ପୂରା ଇଣ୍ଡଷ୍ଟ୍ରି ଜାଣିଥିଲା।

ଏହା ପରେ ପୁନମ ଓ ରାଜ ଏକ ଫିଲ୍ମ ଶୁଟିଂ ସେଟ୍‌ରେ ଦେଖାହୋଇଥିଲେ। ରାଜ ପ୍ରଥମରୁ ବିବାହିତ ଥିଲେ। ପୁନମ ରାଜଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ରାଜ ତାଙ୍କ ପରିବାରଠୁ ଅଲଗା ହେବାକୁ ଚାହୁଁନଥିଲେ। ଏହି କାରଣ ପାଇଁ ଦୁହେଁ ଅଲଗା ହୋଇଥିଲେ।

ପୁନମ ୧୬ ବର୍ଷ ବୟସରେ ମିସ ଇଂଡିୟାର ମୁକୁଟ ହାସଲ କରିଥିଲେ। ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ସମୟରେ ସେ ୟଶ ଚୋପଡାଙ୍କ ଘରେ ରହୁଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରାଇଲା ପରେ ସେ ଛୋଟ ପରଦାରେ ମଧ୍ୟ କାମ କରିଛନ୍ତି। ବିଗ୍‌ବସ୍‌ ସିଜନ-୩ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଓ ସେକେଣ୍ଡ ରନରଅପ ହୋଇଥିଲେ।
ପୁନମ ଏବେ ରାଜନୀତି ମଇଦାନରେ ଅଛନ୍ତି। ପୂର୍ବରୁ ସେ କଂଗ୍ରେସ ସପକ୍ଷରେ ଥିଲେ କିନ୍ତୁ ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ୧୯୯୮ ମସିହାରେ ପୁନମ ଫିଲ୍ମ ପ୍ରଯୋଜକ ଅଶୋକ ଠାକରିଆକୁ ବିବାହ କରିଥିଲେ ଓ କିଛି ବର୍ଷ ପରେ ତାଙ୍କୁ ଛାଡପତ୍ର ଦେଇଥିଲେ। ଏହି ଦମ୍ପତ୍ତିଙ୍କର ୨୧ ବର୍ଷର ପୁଅ ଅନମୋଲ ଠାକେରିଆ ଓ ଝିଅ ପାଲୋମା ଠାକେରିଆ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି  ।

716 Views

   ସମ୍ବନ୍ଧିତ ଖବର