Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲକ୍‌ଡାଉନ୍‌କୁ ବେଖାତିର୍‌ କରି ଚାଲିଥିଲା ପାର୍ଟି, ହଠାତ୍‌ ପହଞ୍ଚିଗଲା ପୋଲିସ୍‌, ତାପରେ…

6/07/2021 at 10:48 PM

ନୋଏଡ଼ା, ୦୬।୦୭: ଲକ୍‌ଡାଉନ୍‌କୁ ବେଖାତିର୍‌ କରି ଚାଲିଥିଲା ପାର୍ଟି । ସମସ୍ତେ ନାଚଗୀତରେ ମସ୍‌ଗୁଲ୍ ଥିବା ବେଳେ ହଠାତ୍‌ ପହଞ୍ଚିଗଲା ପୁଲିସ । ଉତ୍ତରପ୍ରଦେଶ ନୋଏଡ଼ା ସେକ୍ଟର ୧୩୫ରେ ଏକ ଫାର୍ମ ହାଉସ୍‌ରେ ପୁଲ୍ ପାର୍ଟି କରୁଥିବା ୧୮ ଜଣଙ୍କୁ ଗିରଫ କରିଛି ପୁଲିସ୍ ।  ସମସ୍ତ ଅଭିଯୁକ୍ତ ଦିଲ୍ଲୀବାସିନ୍ଦା ହୋଇଥିବା ବେଳେ ଗିରଫମାନଙ୍କୁ ଥାନାକୁ ଆଣିଛି ଏକ୍ସପ୍ରେସୱେ ପୁଲିସ ।

ଏହି ଯୁବକମାନେ ରବିବାର ରାତି ପୁଲ୍ ପାର୍ଟି କରିବା ପାଇଁ ଫାର୍ମ ହାଉସ୍‌କୁ ବୁକ୍ କରିଥିଲେ । ଘଟଣାରେ ଧରାପଡ଼ିବା ପରେ ପୁଲିସ ଯୁବକମାନଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ସୂଚନା ଅନୁସାରେ ଏକ୍ସପ୍ରେସୱେ ଥାନା ଅଧିକାରୀ ଯତିନ୍ଦ୍ର କୁମାରଙ୍କୁ ଏଠାରେ ପୁଲ୍ ପାର୍ଟ ହେଉଥିବା ନେଇ ସୂଚନା ମିଳିଥିଲା । ଖବର ପାଇ ପୁଲିସ ଫାର୍ମ ହାଉସ୍ ଉପରେ ଚଡ଼ାଉ କରିଥିଲା । ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଥିଲେ ବି ଘଟଣା ସ୍ଥଳରୁ କୌଣସି ମାଦକ ଦ୍ରବ୍ୟ ମିଳିନାହିଁ ବୋଲି ଯତିନ୍ଦ୍ର ସୂଚନା ଦେଇଛନ୍ତି ।  

ସୂଚନା ଥାଉକି, ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦେଶରେ କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣାଧୀନ ହୋଇଛି । ଦୀର୍ଘ ୩ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳେ ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧ ଲକ୍ଷ ତଳକୁ ଖସିଛି ।

   Related Posts